ଡିଜେ ସାଉଣ୍ଡ ସାଜିଲା କାଳ ,ବନ୍ଦ ହୋଇଗଲା ବାହାଘର

0 190

ମାଲକାନଗିରି,୨୧/୪(ଏସଏସନିଉଜ)ବନ୍ଦ ହୋଇଗଲା ବାହାଘର ।ଚାଲିଗଲା ବର ବାପାଙ୍କ ଜୀବନ । ପୁଅର ବାହାଘର ପାଇଁ ବାହାରିଥିବା ପ୍ରସେସନରେ ଯାଇଥିବା ଡି.ଜେ ର ଶବ୍ଦରେ ବରବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି । ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଓ ମାଲକାନଗିରି ଲାଠିଆଗୁଡାର ଜଣେ ଯୁବତୀଙ୍କ ମଧ୍ୟରେ ଫେସ ବୁକରୁ ଆରମ୍ଭ ହୋଇଥିଲା ପ୍ରେମ ।ଏହାପରେ ଉଭୟ ପରିବାରଙ୍କ ସିକୃତି ମୁତାବକ ବାହାଘର ପାଇଁ ନିଷ୍ପତି ହୋଇଥିଲା । ବୁଧବାର ରାତିରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରି ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯାଇଥାନ୍ତା ।କିନ୍ତୁ ପ୍ରସେସନ ଚାଲିଥିବା ବେଳେ ହଠାତ୍ ବର ବାପାଙ୍କ ମୃତ୍ୟୁ ହୋଇଛି । ଯାହା ଡି.ଜେ ଶବ୍ଦ ଯୋଗୁଁ ହୋଇଛି ବୋଲି ଚର୍ଚ୍ଚା ହେଉଛି ।ଖବରପାଇ ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।ଏହାପରେ ବାହାଘର ବନ୍ଦ ରହିଥିବା ଜଣାପଡିଛି ।

Leave A Reply

Your email address will not be published.