ଦୋଳଯାତ୍ରା ଓ ହୋଲି ପାଳନ ଉପରେ ଲାଗିଲା ରୋକ୍

ଖବର ଆଜିରତାରିଖ ୨୦-୦୩-୨୦୨୧/ ଶନିବାର

0 367

୧-ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।
୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ।
୩-କରୋନା ପାଇଁ ଦୋଳଯାତ୍ରା ଓ ହୋଲି ପାଳନ ଉପରେ ସରକାର ରୋକ୍ ‌ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ କେହି ରଙ୍ଗ ଖେଳିପାରିବେ ନାହିଁ।
୪–ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା ।
୫-ନିର୍ବାଚନୀ ରାଲିରେ ଗର୍ଜିଲେ ମମତା: କହିଲେ- ବିଜେପିକୁ ଭୋଟ ନଦେଇ ବିଦା କର, ମୋଦୀଙ୍କ ମୁହଁ ଦେଖିବାକୁ ଚାହୁଁନି ।
୬-ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କଲା କମିଶନରେଟ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କାଯାଇଛି ସ୍କେଚ୍ ।
୭-ଭାରତ ବନାମ ଇଲଣ୍ଡ : ଇଂଲଣ୍ଡ ବିପକ୍ଷରେ ଭାରତର ୱାନ୍‌ଡେ ଦଳ ଘୋଷିତ – କ୍ରୁନାଲ ପାଣ୍ଡ୍ୟା, ପ୍ରସିଦ୍ଧ କୃଷ୍ଣା ସ୍ଥାନ ପାଇଲେ ।
୮-ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୧୨ – ଫିଚର ଫୋନରେ ‘୫’ କିମ୍ବା ‘୯’ ଲମ୍ବା ଦବାଇଲେ ପାନିକ୍ ସଙ୍କେତ ।
୯-ଆଇନ ମନ୍ତ୍ରୀଙ୍କୁ ନେଇ ତେଜିଲା ବିବାଦ । ମାହାଙ୍ଗା ହତ୍ୟା ଘଟଣାରେ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗାରୁ ଭୁବନେଶ୍ୱର ଆସୁଛି ବିଜେପିର ପଦଯାତ୍ରା ।
୧୦-ନବୀନ ନିବାସ ଯିବା ଭୁଲ ହୋଇଗଲା କହିଲା ବିଜେପି । କଂଗ୍ରେସ କହିଲା, ବରଯାତ୍ରୀ ହୋଇ ଯାଇଥିଲେ, ଘୋଳଦହି ପିଇ ଫେରିଲେ ।
୧୧-ଫ୍ରାନ୍ସରେ କରୋନା ସଂକ୍ରମଣର ତୃତୀୟ ଲହର । ଗତ ୨୪ଘଂଟାରେ ୩୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ପ୍ୟାରିସ ସମେତ ୧୬ଟି ସହରକୁ ପୁଣି ଫେରିଲା ଲକଡାଉନ ।
୧୨-ପିପିଲି ଉପ-ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ, ଜଣେ ପ୍ରାର୍ଥୀ ସର୍ବାଧିକ ୩୦.୮  ଲକ୍ଷ ଟଙ୍କା ବ୍ୟୟ କରିପାରିବେ ।
୧୩-ଗର୍ଭଧାରଣର ୨୪ ସପ୍ତାହରେ ବି ଗର୍ଭପାତ କରିପାରିବେ ମହିଳା, ଲୋକସଭାରେ ସ୍ବତନ୍ତ୍ର ବିଧେୟକକୁ ମୋହର ।
୧୪-LICର ବଡ ଘୋଷଣା, ଏବେ ଦେଶର କୌଣସି ବି ଶାଖାରେ ଜମା କରି ପାରିବେ ମେଚ୍ୟୁରିଟି ଡକ୍ୟୁମେଣ୍ଟ,
୧୫-ଡାଉନହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପ୍ରାୟ ରାତି ୧୧ଟା ରେ ।ମେସେଜ ପଠାଇ ନପାରି ୟୁଜର୍ସ ହନ୍ତସନ୍ତ ।ତେବେ ରାତି ୧୨ଟା ପରେ ସବୁ ଅସୁବିଧା ଠିକ୍ ହୋଇଯାଇଥିଲା ।
୧୬-କୃଷି ଓଡ଼ିଶା ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ – ‘ଚାଷରେ ଦକ୍ଷତା ଦେଖାଉଛନ୍ତି ଓଡ଼ିଆ ଚାଷୀ’
୧୭-ମହଙ୍ଗା ହେଲା ବିମାନ ଯାତ୍ରା, ବଢ଼ିଲା ଭଡ଼ା: ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ।
୧୮-ପଶ୍ଚିମବଙ୍ଗରେ ମୁହାଁମୁହିଁ ଟିଏମସି–ବିଜେପି । ମମତାଙ୍କୁ ଏକଛତ୍ରବାଦ ଓ ସମ୍ବେଦନହୀନ କହିଲେ ଶିବରାଜ ସିଂ ଚୌହାନ । ଦିଦିଙ୍କ ଜବାବ, ବିଜେପି ଦୁର୍ନୀତିଗ୍ରସ୍ତ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.