ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ

0 145

ଭୁବନେଶ୍ୱର,୧୭ା୩(ଏସଏସନିଉଜ) ୧୦ଦଫାଦାବି ନେଇ ରାଜ୍ୟ ଡ୍ରାଇଭରମହାସଂଘ ପକ୍ଷରୁ ଷ୍ଟିୟରିଂଛାଡ଼ ଆନ୍ଦୋଳନଡାକରା ଆଜି ତୃତୀୟଦିନରେ ପହଂଚିଛି ।ଏହି ଆନ୍ଦୋଳନ ଫଳରେ ଅଧିକାଂଶସ୍ଥାନରେ ଚାଳକମାନେ ଶୋଭାଯାତ୍ରାକରି ବିକ୍ଷୋଭ ପ୍ରଦର୍ଶନକରୁଛନ୍ତି । ଆଉ ଡ୍ରାଇଭରଙ୍କ ଆନ୍ଦୋଳନଯୋଗୁଁ ଅତ୍ୟାବଶ୍ୟକସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇଛି । କିଛି ସ୍ଥାନରେ ପୋଲିସ-ଡ୍ରାଇଭର ମଧ୍ୟ ମୁହାଁମୁହିଁ ହୋଇଥିବାର ଜଣାପଡିଛି ।ଗତକାଲି ମୁଖ୍ୟସଚିବଙ୍କ ସହ ଆଲୋଚନାପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯିବ ବୋଲି ଆଶା କରାଯାଉଥିଲା ।କିନ୍ତୁ ତାହା ହୋଇନଥିଲା ।ମୁଖ୍ୟସଚିବଙ୍କ ସହ ପ୍ରତିନିଧିଦଳର ଆଲୋଚନା ପରେ ସଂଘର କର୍ମକର୍ତ୍ତାମାନେ ସରକାରଙ୍କପ୍ରତିଶୁତିକୁ ବିଶ୍ୱାସ କରୁନାହାନ୍ତି । ତେଣୁ ଶାନ୍ତି ଶୃଙ୍ଖଳାରସହ ଆନ୍ଦୋଳନ ଜାରି ରହିବବୋଲି ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏକ ଭିଡ଼ିଓ ବାର୍ତ୍ତାରେ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.