ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ) ଆଗ୍ରାର ଦୁଇଟି ଗାଁରେ ଲକ୍ଷଣ ଦେଖାଦେବାର ଗତ ୨୦ ଦିନ ମଧ୍ୟରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ଆଗ୍ରାଠାରୁ ପ୍ରାୟ ୪୦ କିମି ଦୂର ଏତ୍ମାଦପୁରର କୁରଗାଓଁ ଗାଁର ଘଟଣା ।ପ୍ରଥମେ ଥଣ୍ଡା,ପରେ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଥିଲା ।ଏହାସହ ବମରୌଲି ଗାଁ ରେ ୫୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କର କରୋନା ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।