ବଜାର ବନ୍ଦ କରିବାରୁ ପୋଲିସକୁ ଆକ୍ରମଣ

0 274

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ)ବଜାରରେ ଗହଳି ଲାଗିଥିବାରୁ ପୋଲିସ ବଜାରକୁ ବନ୍ଦ କରିବାକୁ ଯାଇ ଲୋକମାନଙ୍କର ଆକ୍ରମଣର ଶିକାର ହୋଇଥିବା ଭଳି ଘଟଣା ଝାଡଖଣ୍ଡରୁ ଆସିଛି ।ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହାଟଗାମରିଆ ଥାନା ଅଧିନସ୍ଥ ବିଚାବୁରୁ ଗ୍ରାମରେ ସୋମବାର ସନ୍ଧ୍ୟାରେ ବସିଥିବା ହାଟରେ ପ୍ରବଳ ଗହଳି ହୋଇଥିବାର ପୋଲିସ ପାଖରେ ସୁଚନା ପହଁଚିଥିଲା ଏହାକୁ ବନ୍ଦ କରିବାକୁ ପୋଲିସ ଦୁଇଟି ଜିପ୍ରେ ୧୧ଜଣକର୍ମଚାରୀ ଯାଇଥିଲେ । ପାଲେିସ ଘଟଣାସ୍ଥଳରେ ପହଁଚି କୋଭିଡ ସମୟରେ ହାଟ ବନ୍ଦ କରିବାକୁ କହିବାପରେ ଲୋକମାନୈ ଉତ୍ୟକ୍ତ ହୋଇଥିଲେ ।ଅଧିକ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ବାଡ଼ିରେ ପୋଲିସ ଉପରେ ଆକ୍ରମଣ କରିଥିଲେ। ସମସ୍ତେ ପୋଲିସ କର୍ମଚାରୀମାନଙ୍କୁ ଘେରି ରହିଥିଲେ ଏବଂ ସେମାନଙ୍କୁ ଠେଲାପେଲା ମଧ୍ୟ କରିଥିଲେ ।ଫଳରେ ଦୁଇଜଣ ଏସଆଇଙ୍କ ସମେତ୬ଜଣ ପୋଲିସ କର୍ମଚାରୀଆହତ ହୋଇଥିଲେ ।ଉତ୍ୟକ୍ତ ଲାକେମାନଙ୍କ କବଳରୁ ପୋଲିସ ଜୀବନ ବଂଚାଇ ପଳାଇଆସିଥିଲା ।

Leave A Reply

Your email address will not be published.