ଆଜିର ସନ୍ଥବାଣୀ

0 322

?ପରମାତ୍ମା ,ଜ୍ଞାନ ଓ ପ୍ରେମ ଏହି ତିନୋଟି ତତ୍ତ୍ବ ନିରାକାର ଅର୍ଥାତ୍ ଅରୁପ କିନ୍ତୁ ଗୁରୁ ଏହି ତିନି ତତ୍ତ୍ବ ର ସମାହାର ମୁର୍ତ୍ତ ରୁପ । ବ୍ୟକ୍ତି ଯେତେ ବିବେକବାନ ହେବ ସେ ସେତେ ପରମାତ୍ମା ତଥା ଗୁରୁଙ୍କ ନିକଟତର ହେବ !
?ବ୍ୟକ୍ତିର ପତନ ପ୍ରଥମେ ନିଜ ଭିତରୁ ଆରମ୍ଭ ହୁଏ। ବାହ୍ୟ ପତନ ଏହାର ପରିଣାମ ମାତ୍ର। ଏଣୁ ଅନ୍ତର୍ଦୃଷ୍ଟି କର ,ଏହା ପତନରୁ ରକ୍ଷା କରିଥାଏ !
?ସ୍ୱରୁପ ଜ୍ଞାନ ଅଭାବରୁ ସଂସାରରେ ସ୍ବାର୍ଥ ଦର୍ଶନ ହୁଏ ଯାହା ଅନ୍ତ ରେ ଦୁଃଖଦାୟୀ ହୋଇଥାଏ, ସ୍ୱରୁପ ଜ୍ଞାନ ହୋଇଗଲେ ସେହି ସ୍ୱାର୍ଥ ପରମାର୍ଥ ରେ ରୁପାନ୍ତରିତ ହୋଇ ପରମାନନ୍ଦ ପ୍ରାପ୍ତି କରାଏ !
?ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ରଙ୍କର କର୍ମ ନିଜ ନିଜ ସ୍ଵଭାଵରୁ ଉତ୍ପନ ହେଉଥିବାରୁ ଜନ୍ମ ହିଁ ଜାତିର ମୂଳ ଆଧାର ଅଟେ !
?ସବୁ ଋଣରୁ ମୁକ୍ତି ମିଳିବ ଯଦି ଆମେ ଜାଣିପାରିବା ଯେ ଆମକୁ ଆମ ଜୀବନ ଟା ହିଁ ଋଣ ସୂତ୍ରରେ ମିଳିଛି !
?ଫଳରେ ଇଚ୍ଛା ରଖୁ ନଥିବା ପୁରୁଷ ଯଦି ପରମ ଶ୍ରଦ୍ଧାରେ କର୍ମ କରେ ତେବେ ତାହା ଅବିଧି ହେଲେ ବି ଆନନ୍ଦ ଓ ଶାନ୍ତି ପ୍ରଦାୟକ ହୋଇଥାଏ !
– ପୃଷ୍ଠ ଭୂମି-
?ମୁହଁ ସାମ୍ନାରେ ଗୋଟିଏ କଥା, ଆଉ ପିଠି ପଛରେ ଆଉ ଗୋଟିଏ କଥା ଏପରି କହୁଥିବା ଲୋକଙ୍କୁ ସବୁବେଳେ ସାମାଜିକ ଦୂରତ୍ୱ ରଖନ୍ତୁ !
? ବୁଝେଇବା ଦ୍ୱାରା, ଯଦି ଖରାପ ମଣିଷ ମାନଙ୍କୁ ବଦଳେଇ ଦେଇ ହୁଅନ୍ତା ତାହେଲେ ଭଗବାନ୍ କେଵେହେଲେ ମହାଭାରତ ସୃଷ୍ଟି ହେବାକୁ ଦେଇନଥାନ୍ତେ !
?’ପିତାମାତା” ଭଗବାନଙ୍କଠୁ ବି ବଡ଼ ଅଟନ୍ତି।କାରଣ ଭଗବାନ ଆମକୁ ଉଭୟ “ସୁଖ” ଓ “ଦୁଃଖ” ଦିଅନ୍ତି ! କିନ୍ତୁ ପିତାମାତା କେବଳ ଆମକୁ “ସୁଖ” ହିଁ ଦିଅନ୍ତି !
-ବାସ୍ତୁକଥା-
? କଳା ପେଚା ଘର ଉପରେ ବସିଲେ ଅଶୁଭ ସୁଚନା ମିଳିଥାଏ।
? ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟର ସୁଚନା ମିଳେ।
? ମନ୍ଦିରରେ ଦେବତା ପୂର୍ବମୁଖା ଓ ଘରର ଠାକୁର ପଶ୍ଚିମ ମୁଖା
? ହୋଇଥିଲେ ଶୁଭ ହୋଇଥାଏ।
? ଟଙ୍କା ଗଣିଲା ବେଳେ କେବି ଛେପ ମାରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।
? ଜନ୍ମ ମାସ ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିମ୍ବା ଝିଅର ବାହାଘର କଲେ ଅଶୁଭ ହୋଇଥାଏ।
? ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ ନାହିଁ।
? ଛିଣ୍ଡି ଯାଇଥିବା ମୋନିପୋର୍ସ କେବେ ହେଲେ ପାଖରେ ରଖନ୍ତୁ ନାହିଁ। କିମ୍ବା ନୋଟକୁ ମୋଡି ଭାଙ୍ଗି ରଖନ୍ତୁ ନାହିଁ।
? ରାତିରେ କେବେବି ମୁଣ୍ଡ କୁଣ୍ଡାନ୍ତୁ ନାହିଁ। କିମ୍ବା ନଖ ଦାନ୍ତରେ ଛିଣ୍ଡାନ୍ତୁ ନାହିଁ।
? ବାସନ ମାଜିବା ସମୟରେ ବାସନର ଶବ୍ଦ ଅଧିକ ହେଲେ ଅଶୁଭ ହୋଇଥାଏ।
? ପ୍ରତି ଶୁକ୍ରବାର ଦିନ ରାତିରେ ମିଠା ଖାଦ୍ୟ ଖାଇଲେ ଶୁଭ ହୋଇଥାଏ।
? ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ ଶୁଭ ହୋଇଥାଏ।
? ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ। ଏବଂ ବିଛାକୁ କେବେବି ମାରନ୍ତୁ ନାହିଁ।
? ରାତିରେ ଛାଞ୍ଚୁଣୀ ଧରି ଘର ଓଳାନ୍ତୁ ନାହିଁ। ଏବଂ ଅଳିଆକୁ ରାତିରେ ବାହାରେ ପକାନ୍ତୁ ନାହିଁ।
? ଠାକୁର ଘରେ ପ୍ରତିଦିନ ଝୁଣା, ଧୂପ କିମ୍ବା କର୍ପୁର ଧୂପ ଦେଲେ ଅଶୁଭ ଦୂରେଇ ଯାଏ।
?ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ କଂସା ଗ୍ଲାସରେ ପାଣି ପିଆନ୍ତୁ। ଏବଂ କଂସା ପାତ୍ରରେ ଖାଦ୍ୟ ଦିଅନ୍ତୁ।
?ମନ୍ଦିରକୁ ଗଲେ ପ୍ରଥମେ ବାହାନକୁ ମୁଣ୍ଡିଆ ମାରନ୍ତୁ ତା ପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ।ଦୀପ ତଳେ ଅରୁଆ ଚାଉଳ ଏବଂ ଦୁବ ରଖି ଦୀପ ଲଗାନ୍ତୁ।
?ଶନିବାର ଏବଂ ମଙ୍ଗଳବାର ରାଶି ତେଲରେ ଦୀପ ଜାଳନ୍ତୁ।ବାକି ଦିନ ଘିଅ ଦୀପ ଜାଳନ୍ତୁ। ଜୟ ଜଗନ୍ନାଥ।

Leave A Reply

Your email address will not be published.