ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ

0 213

କଟକ,୨୮/୮(ଏସଏସନିଉଜ)ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ ।କୋଭିଡ ପାଇଁ ଗତଦୁଇବର୍ଷ ବିନା ଭକ୍ତରେ ହେଉଥିବା ଦୁର୍ଗାପୁଜା ଏଥର ଭକ୍ତଙ୍କ ଗହଳିରେ ହେବାକୁ ଯାଉଛି ।କରୋନା ସଂକ୍ରାମଣ ହ୍ରାସପାଇଥିବାରୁ ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳନ କରିବାକୁ ପୁଜାକମିଟି ପକ୍ଷରୁ ନିଷ୍ପତି ହୋଇଛି ।ଏଥିନିମନ୍ତେ ଅକ୍ଟୋବର୧ତାରିଖ ମହାଷଷ୍ଠୀରୁ ଦୁର୍ଗାପୁଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣି ଉସ୍‌ବ ହେବ ।୬ତାରିଖ ସକାଳ୯ଟାରୁ ୭ତାରିଖ ମଧ୍ୟରେ ମେଢଗୁଡିକର ଭଷାଣି କାର୍ଯ୍ୟକ୍ରମ ଶେଷ ହେବ ।ମହାଷଷ୍ଠୀରୁ ବିଜୟାଦଶମୀ ୫ଦିନପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସନ୍ଧ୍ୟା୭ରୁ ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଭଷାଣିଶୋଭାଯାତ୍ରାଦିନ ରାତି୧୨ଟା ପର୍ଯ୍ୟନ୍ତ ମାଇକ ବ୍ୟବହାର କୁ ଅନୁମତି ମିଳିଛି । ଏଥିନିମନ୍ତେ ରବିବାରଦିନ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀଶ୍ରୀ ଚହଟେଶ୍ବରମନ୍ଦିର ସମ୍ମୁଖରେ ଆୟୋଜିତ ହୋଇଯାଇଛି। ଏହି ସଭାକୁ କଟକମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଭିକାରୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ପୂଜା ଓ ଭସାଣି-୨୦୨୨ ସଂକ୍ରାନ୍ତୀୟ ଆଗତ ପ୍ରସ୍ତାବ ରଖିଥିଲେ । କଟକମହାନଗର ପୂଜାକମିଟି ସମ୍ପାଦକ ତଥା ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରସ୍ତୁତି ସଭାରେ ଦୈତନଗରୀ (ଭୁବନେଶ୍ୱର-କଟକ) ପୋଲିସ କିମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ, ଡି ସି ପି, ପିନାକ ମିଶ୍ର, କଟକସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ବାରବାଟୀ-କଟକ ବିଧାୟକ, ଇଂ ମହମ୍ମଦ ମୁକିମ, ଚୌଦ୍ୱାର-କଟକ ବିଧାୟକ, ସୌଭିକ ବିଶ୍ୱାଳ, କଟକମହାନଗରନିଗମ ମେୟର, ସୁବାସ ସିଂ, ଡେ଼ପୁଟିମେୟର, ସୁଶ୍ରୀ ଦମୟନ୍ତୀ ମାଝୀ,ନଗର କଂଗ୍ରେସକମିଟି ସଭାପତି ସୁରେଶ ମହାପାତ୍ର,ଭାରତୀୟ ଜନତାପାର୍ଟି ନଗର ସଭାପତି, ଲଲାଟେନ୍ଦୁ ବଡୁ,ଭାରତୀୟ କମୁନିଷ୍ଟ ପାର୍ଟି, କଟକ ସମ୍ପାଦକ ଅମରେନ୍ଦୁ ମହାନ୍ତି, ମାର୍କସବାଦୀ କମୁନିଷ୍ଟ ପାର୍ଟି,କଟକ ସମ୍ପାଦକ,ଶ୍ରୀ ବଦ୍ରିନାରାୟଣ ଦାସ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ,ବିଡାନାସୀ ଦୁର୍ଗାପୂଜା କମିଟି ସଭାପତି ରମାକାନ୍ତ ଚାନ୍ଦ , ସମ୍ପାଦକ ଟୁକୁନା ସେନାପତି ପ୍ରମୁଖ ମଞ୍ଚାସୀନ ରହି ଦୁର୍ଗାପୂଜା ଓ ଭସାଣି ଉତ୍ସବ ସଂକ୍ରାନ୍ତରେ ଅଭିଭାଷଣ ପ୍ରଦାନ କରିଥିଲେ। କଟକ ମହାନଗର ଶାନ୍ତି କମିଟି ଉଭୟ କାର‌୍ୟ୍ୟକାରୀ ସଭାପତି ବିଜୟ ଦାସ ଓ ପ୍ରଦୀପ ସିନ୍ନାଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନେ ଏହି ସଭାରେ ଯୋଗଦେଇଥିଲେ।

Leave A Reply

Your email address will not be published.