ଦୁଷ୍କର୍ମ ଅଭିଯୋଗ ଆଣିଲେ ବିବାହିତ ମହିଳା

0 275

ବାରଙ୍ଗ,୧୮/୭(ଏସ ଏସ ନିୟୁଜ) ଗୋଡିସାହି ଫାଣ୍ଡି ଅଧୀନସ୍ଥ ବେଣ୍ଟୁଆ ଗ୍ରାମର ଜନୈକ ବିବାହିତ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରବିବାର ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି।ସୂଚନାନୁସାରେ ପୀଡ଼ିତା ଜଣକ ୧୫ ତାରିଖ ଦିନ ତାଙ୍କ ସ୍ଵାମୀଙ୍କ ଦେହ ଖରାପ ଥିବାରୁ ସେହି ଗ୍ରାମର ବିବାହିତ ଯୁବକ କାନ୍ଦୁରା ପୁର୍ତୀଙ୍କୁ ସାଙ୍ଗରେ ଧରି ନିକଟସ୍ଥ ଚନ୍ଦକା ଅଞ୍ଚଳକୁ ଔଷଧ ଆଣିବାପାଇଁ ଯାଇଥିଲେ। ଔଷଧ ଆଣି ତିନିଜଣ ଚାଲି ଚାଲି ଚନ୍ଦକା ଜଙ୍ଗଲ ଦେଇ ଘରକୁ ଫେରିଥିଲେ ।ଏହି ବାଟରେ ବେଣ୍ଟୁଆ ଗ୍ରାମର ଜଣେ ଯୁବକ ବାଇକ ଯୋଗେ ଆସୁଥିବାର ଦେଖି କାନ୍ଦୁରା ମହିଳାଙ୍କ ସ୍ୱାମୀକୁ ବାଇକରେ ବସାଇବା ସହ ଦେହ ଖରାପ ଥିବାରୁ ଘରେ ଛାଡ଼ିଦେବାକୁ କହିଥିଲେ।
ଏହାପରେ ମହିଳାଙ୍କ ସହ କାନ୍ଦୁରା ଜଙ୍ଗଲ ରାସ୍ତାରେ ଫେରିଥିଲେ।ରାସ୍ତା ନିଛାଟିଆ ଦେଖି ଫେରୁଥିବା ବାଟରେ ଜଙ୍ଗଲରେ କାନ୍ଦୁରା ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିବାର ପୀଡ଼ିତା ଜଣକ ଶନିବାର ଦିନ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।ରବିବାର ପୋଲିସ କାନ୍ଦୁରାକୁ ଅଟକ ରଖିବା ସହ ପିଡିତାଙ୍କ ସହ କାନ୍ଦୁରା ର ଡାକ୍ତରୀ ମାଇନା କରିଛନ୍ତି ।

Leave A Reply

Your email address will not be published.