ରାଜଧାନୀରେ ୨୧ ରୁ ଟୀକା ନେବେ ଗର୍ଭବତୀ

0 158

ଭୁବନେଶ୍ୱର, ୧୮/୭(ଏସଏସନିୟୁଜ) ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମାନଙ୍କୁ ଟୀକାକରଣ କରାଯିବ ।ଗର୍ଭବତୀ ମାନେ ଟୀକା ନେବାରେ କୌଣସି ଅସୁବିଧା ନହେବାନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୀକାକରଣ କେନ୍ଦ୍ରରେ ଦିନ ୧୧ ଟାରୁ ଅପରାହ୍ନ ୧ ଟା ପର‌୍ୟ୍ୟନ୍ତ ସ୍ୱତନ୍ତ୍ର ସ୍ଲଟ୍ ରେ ଗର୍ଭବତୀ ମାନଙ୍କୁ ଟୀକା ଦିଆଯିବା ସହ ସପ୍ତାହରେ କେବଳ ବୁଧବାର ଓ ଶନିବାର ଦୁଇ ଦିନ ଟୀକା ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.