ଏବେ ସିନେମା ହଲ୍‌ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ

ଖବର ଆଜିର,ତାରିଖ ୨୮-୦୧-୨୦୨୧ ଗୁରୁବାର

0 371

୧-ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ ।
୨-ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ।ଖୁବ୍‌ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’ ।
୩-ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା ।
୪-ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ ପାଲ ସମେତ ୪ କୃଷକ ନେତାଙ୍କ ବିରୋଧରେ ପୋଲିସର FIR
୫- ଚାଷୀ ସଂଗଠନରେ ଫାଟ ! ଆନ୍ଦୋଳନ ସମାପ୍ତ ଘୋଷଣା କଲେ ଦୁଇ କୃଷକ ସଂଗଠନ, ରାକେଶ ଟିକାୟତଙ୍କ ଉପରେ ଲଗାଇଲେ ଗମ୍ଭୀର ଆରୋପ ।ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନର ଚାଷୀ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର ।
୬-ରମାଦେବୀ ୟୁନିଭର୍ସିଟି ଛାତ୍ରୀଙ୍କୁ ଯାଜପୁରରେ ହତ୍ୟା ଅଭିଯୋଗ ହୋଇଛି। ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ସନ୍ଦେହ ଆହୁରି ବଢ଼ିଛି।
୭-ଫେବୃଆରୀ  ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ଚେନ୍ନାଇରେ ଖେଳାଳି କିଣିବେ ଫ୍ରାଞ୍ଚାଇଜ୍  । ବିସିସିଆଇ କଲା ଘୋଷଣା ।
୮-ବ୍ରିଟେନ ଷ୍ଟ୍ରେନକୁ ହରାଇବାରେ ସକ୍ଷମ କୋଭାକ୍ସିନ: ଭ‌ାରତ ବାୟୋଟେକ ।
୯-ପୁଣିଥରେ ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ହେଲେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ଦେଶବାସୀ ।
୧୦-ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସ୍ୱତନ୍ତ୍ର ଅଭିଯାନରେ ନିଖୋଜ ପିଲାଙ୍କୁ କଲେ ଉଦ୍ଧାର, ମାତ୍ର ୮ ଦିନରେ ସାରା ରାଜ୍ୟରୁ ୮୯୪ ପିଲା ଉଦ୍ଧାର ।
୧୧-ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍‌ଲାଇନ୍‌: ଏବେ ସିନେମା ହଲ୍‌ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍ ।
୧୨-ବ୍ରିଟେନରେ କରୋନା ସଂକ୍ରମଣର ଭୟଙ୍କର ରୂପ : ୧ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବାରେ ପ୍ରଥମ ୟୁରୋପୀୟ ଦେଶ ।
୧୩-ଆଇସିସି ଓ୍ବାନ ଡେ’ ରାଙ୍କିଂ: ପୁଣି ଶୀର୍ଷ ୨ରେ ବିରାଟ ଏବଂ ରୋହିତ, ଉଠିଲେ ଜାଡେଜା ।
୧୪-ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ ।
୧୫-ଉହାନରେ WHO: ରହସ୍ୟ ଉଜାଗର ଆଶଙ୍କାରେ ଆତଙ୍କିତ ଚୀନ୍ ଚୁପ୍ କରୁଛି ପୀଡ଼ିତଙ୍କ ପରିଜନଙ୍କୁ ।
୧୬-କଥାକାର ରାମଚନ୍ଦ୍ର ବେହେରା ପାଇବେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ।
୧୭-୪ ବର୍ଷ ପରେ ଜେଲରୁ ମୁକଳିଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା ।
୧୮-୧୮ ବର୍ଷ ପରେ ପାକିସ୍ତାନରୁ ଭାରତ ଫେରିଲେ ହସିନା ବେଗମ। ପାସପୋର୍ଟ ହଜିଯିବାରୁ ପାକ୍ ଜେଲରେ ଥିଲେ ହସିନା।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.