ଉଦ୍ଧାର ହେଲେ ଦୁଇ ଶିଶୁ

0 232

ଚୌଦ୍ବାର,୨୮/୧(ଏସଏସନିୟୁଜ)ବୁଧବାର ଦିନ ଅଶାନ୍ତି ବେହେରା ଙ୍କୁ ଚୌଦ୍ୱାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ. । ପୂର୍ବରୁ ଅଶାନ୍ତି ବେହେରା ସପରିବାରେ ଦୁଇପିଲାଙ୍କ ସହ ମୁଣ୍ଡମାଳ ଗ୍ରାମ ଅଞ୍ଚଳ ଲିବ୍ରା କାରପେଟ କମ୍ପାନୀ ପଛ ପଟେ ଏକ ଘର କରି ରହୁ ଥିଲେ. । ଗିରଫ ପରେ ଭୟ ରେ ଦୁଇ ଅସହାୟ ଶିଶୁ ଭୟବିତ ହୋଇ କେଉଁ ଆଡେ ଲୁଚି ଯାଇଥିଲେ । ଏହି ଖବର ପାଇ ଦୁଇ ଶିଶୁଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଚୌଦ୍ୱାର ପୋଲିସ ଓ ଉଦ୍ଧାର ଫାଉଣ୍ଡେସନ ସଦସ୍ୟ ଙ୍କ ମିଳତ ପ୍ରୟାସରେ ଦୁଇ ଶିଶୁ ଙ୍କୁ ଖୋଜି ବା ଆରମ୍ଭ ହୋଇଥିଲା ଥିଲେ. ।ଗୁରୁବାର ସକାଳୁ ଖବର ପାଇ ନୂଆସାହି ଅଂଚଳରେ ତାଙ୍କ ମାଉସୀ ଘରେ ଥିବା ଦୁଇ ଶିଶୁ ଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥିତ ଶିଶୁ ସୁରକ୍ଷା ସଂସ୍ଥା ବସୁନ୍ଧରା ରେ ଛାଡିଥିଲେ । ଚୌଦ୍ୱାର ଥାନା ର ବରିଷ୍ଟ ସବ ଇନ୍ସପେକ୍ଟର ବୃନ୍ଦାବନ ସାହୁ, ଉଦ୍ଧାର ଫାଉଣ୍ଡେସନ ର ସଭାପତି -ନରୋତ୍ତମ ଦାସ ଙ୍କ ନେତୃତ୍ବରେ ପୋଲିସ ଓ ଫାଉଣ୍ଡେସନର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.