ଏଇ ମାଟିରେ ଲେବଲିଂ କରୁଛି ଆର ଆଣ୍ଡ ବି

0 222

ବାରଙ୍ଗ,୨୯/୧୧(ଏସଏସନିୟୁଜ)କୋଭିଡ କଟକଣା ମଧ୍ୟରେ ଖୋଲିଛି ପ୍ରାଣିଉଦ୍ୟାନ ନନ୍ଦନକାନନ ।ଖାଲିବା ପରଠାରୁ ଧିରେଧିରେ ବଢୁଛି ପର୍ଯ୍ୟଟକମାନଙ୍କ ସଂଖ୍ୟା ।ହାତବାନ୍ଧି ବସିଥିବା ବ୍ୟବସାୟୀମାନଙ୍କ ମନରେ ଖୁସିର ଚେନାଏ ହାସ ଦେଖାଦେଇଛି ।କିନ୍ତୁ ଏହାଭିତରେ ବାଧକ ସାଜିଚି ନନ୍ଦନକାନନ ବସଷ୍ଟାଣ୍ଡରପୁଚୁପୁଚୁ କାଦୁଅ ।କାଦୁଅ ଯୋଗୁ ନନ୍ଦନକାନନକୁ ଆସୁଥିବା ଯାତ୍ରୀବାହୀ ବସ ଭିତରକୁ ପଶୁନାହିଁ ।ଯାହାଫଳରେ ବସଷ୍ଟାଣ୍ଡ ମଧ୍ୟକୁ ବସଗୁଡିକ ନପଶିବାରୁ ବ୍ୟବସାୟିମାନେ ନିରାଶରେ ବସିବାକୁ ପଡୁଛି ।ସାମାନ୍ୟ ବର୍ଷାରେ ସୃଷ୍ଟି ହେଉଥିବା କାଦୁଅକୁ ରୋକିବାପାଇଁ ଆର ଆଣ୍ଡ ବି ତାର କାମ ଆରମ୍ଭ କରିଛି ।
୯ଲକ୍ଷଟଙ୍କା ବ୍ୟୟବରାଦରେ କାଦୁଅ କଢାଯାଇ ଲେବଲିଂ କରାଯିବ ।ଏଥିପାଇଁ ବାହାରୁ ମାଟି ଆଣି ପକାଯାଇଛି ।ଯେଉଁ ମାଟି ପଡୁଛି ତା ମଧ୍ୟରେ ଜରି.ପଲଥିନ ଭର୍ତି ହୋଇଛି ।ମାଟିପକାଇ ଲେବଲିଂ କରି ନାଁକୁ ମେରମ ଉପରେ ଛିଂଚି ଗୋଟିଏ ଦିନରେ ୯ଲକ୍ଷ ଚଳୁକରିବା ଚକରରେ ରହିଛି ଏହି ବିଭାଗ ।କାମ ଚାଲୁଛି ହେଲେ ଜେଇବାବୁଙ୍କ ଦେଖାନାହିଁ ।କାଦୁଅ ରହିବନାହିଁ ଖୁସିରେ ବ୍ୟବସାୟୀମାନେ ରହିଥିବାବେଳେ ଯେଉଁପରିମାଣର ମାଟି ପଡି ତା ଉପରେ ମୋରମ ଛିଂଚା ଯାଉଛି ପୁଣି କାଦୁଅ ହେବାର ସ୍ଥିତି ଉପୁଜିବାର ସମ୍ବାବନାକୁ ନେଇ ଏବେ ଦ୍ୱନ୍ଦରେ ରହିଛନ୍ତି ବ୍ୟବସାୟୀ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.