ଉତରବିଧାୟକ ଦେଲେ ପ୍ରତିଶୃତି

0 576

ବାରଙ୍ଗ,୨୯/୧୧(ଏସଏସନିୟୁଜ)ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତରାଉତଙ୍କୁ ସୋମବାରଦିନ ଭେଟିଛନ୍ତି ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘ । ସଂଘର ନୁଆକରି କର୍ମକର୍ତା ନିର୍ବାଚନ ପରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସମସ୍ତ ବ୍ୟବସାୟୀମାନେ ସୈଜନ୍ୟ ମୁଳକଭାବେ ବିଧାୟକଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ଏହି ସାକ୍ଷାତକାର ମଧ୍ୟରେ ବ୍ୟବସାୟୀମାନଙ୍କୁ ସବୁସମୟରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ମଧ୍ୟ ବିଧାୟକ ଦେଇଛନ୍ତି । ବଣିକସଂଘର ନୁଆକରି ନିର୍ବାଚିତ ହୋଇଥିବାସଭାପତି ସନ୍ତୋଷ ରାଉତଙ୍କ ନେତୃତ୍ୱରେ ବରିଷ୍ଟସାମ୍ବାଦିକ ଲିଙ୍ଗରାଜ ରାଉତ, ଯୁବଓକିଲ ସୁରେଶ କୁମାର ରାଉତ, ଉପ-ସଭାପତି ଅନିରୁଦ୍ଧ ରାଉତ, ସମ୍ପାଦକ ପ୍ରବୀର ସୁନ୍ଦରାୟ, କୋଷାଧକ୍ଷ ପ୍ରସନ୍ନ ପ୍ରଧାନ, ପ୍ରଶାନ୍ତ ପ୍ରତାପସିଂ , ଚକ୍ରଧର ବେହେରା, ଅମିତଜେନା. ସରୋଜକୁମାରସାହୁ, ବିପିନପାତ୍ର, ବବୁଲରାଉତ, ଭିମସେନ ପାଣି, ପଂଚାନନ ରାଉତ,ସୁରେନ୍ଦ୍ରସାସମଲ, ବାବାଜିସାହୁ,ଙ୍କ ସମେତ ୧୦୦ରୁ ଉର୍ଦ୍ଧ ବ୍ୟବସାୟୀମାନେ ଯାଇ ସେମାନଙ୍କ ବିଭିର୍ଣ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବ୍ୟବସାୟୀମାନଙ୍କୁ ଥଇଥାନ କରିବାପାଇଁ ରାଜ୍ୟସରକାର ନନ୍ଦନକାନନ ବସଷ୍ଟାଣ୍ଡରେ ମାର୍କେଟ କମ୍ପେ୍ଲସ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ କରିବାକୁ ଯାଉଥିବାବେଳେ ବ୍ୟବସାୟୀମାନଙ୍କ ସୁଖଦୁଃଖ ସହ ସବୁସମୟରେ ରହିବାର ପ୍ରତିଶୃତି ଦେଇଥିଲେ ବିଧାୟକ ।ଏହାପରେ ବ୍ୟବସାୟିମାନଙ୍କର ନିଷ୍ପତି ମୁତାବକ ସଂଘର ପରାମର୍ଶଦାତା ଭାବେ ରହିବାକୁ ବ୍ୟବସାୟୀମାନେ ବିଧାୟକଙ୍କୁ ଅନୁରୋଧ କରିଥିଲେ

 

ବଣିକସଂଘର ନବନିର୍ବାଚିତ ପ୍ରତିନିଧିମାନଙ୍କ ସହ ବ୍ୟବସାୟୀମାନେ ମଧ୍ୟ ନନ୍ଦନକାନନ ନିର୍ଦ୍ଦେଶକ ମନୋଜମହାପାତ୍ରଙ୍କୁ ଭେଟିଥିଲେ ।ନିର୍ଦ୍ଦେଶକଙ୍କୁ ସୈାଜନ୍ୟମୁଳକ ସାକ୍ଷାତ କରିବାସହ ସେମାନଙ୍କ ଅଭାବ ଓ ଅସୁବିଧା ବିଷୟରେ ଦୃଷ୍ଟିକୁ ଆଣିଥିଲେ ।ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବାକୁଥିବା ନନ୍ଦନକାନନ ବସଷ୍ଟାଣ୍ଡରେ ମାର୍କେଟକମ୍ପେ୍ଲସ ନିର୍ମାଣ ପୁର୍ବରୁ ବ୍ୟବସାୟୀମାନଙ୍କର ବ୍ୟବସାୟିକ ଦୀଗକୁ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା ।ବ୍ୟବସାୟୀମାନଙ୍କର ବ୍ୟବସାୟିକ ବୃଦ୍ଧିକୁ ଆଖିଆଗରେ ରଖାଯାଇ ମାର୍କେଟକମ୍ପେ୍ଲସ ଡିଜାଇନ କରିବାକୁ ନିର୍ଦ୍ଦେଶକ ପ୍ରତିଶୃତି ଦେଇଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.