ଏକାକୀ ଲଢ଼ିବ ବିଜେପି !

0 42

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ରାଜ୍ୟରେ ବିଜେପି ଏକାକୀ ଲଢ଼ିବବୋଲି ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ ସାମଲ।ଏକ୍ସ ଜରିଆରେ ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ।ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ।
ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି କହିଛନ୍ତି।ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନି।
ଓଡ଼ିଶାର ଗରିବଲୋକେ କେନ୍ଦ୍ରୀୟଯୋଜନାର ଫାଇଦା ପାଉନାହାନ୍ତି।ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ।
ଓଡ଼ିଶାବାସୀଙ୍କ ସ୍ୱାର୍ଥସହ ଜଡ଼ିତ ଅନେକ ପ୍ରସଙ୍ଗରେ ସହମତ ହୋଇପାରୁନୁ।ଯେଉଁଠି ଡବଲ ଇଂଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି।
ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ଦେଲେ ମନମୋହନ।ମୋଦି ସରକାରକୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ଧନ୍ୟବାଦ।
ମନମୋହନଙ୍କ ପୋଷ୍ଟକୁ ରିପୋଷ୍ଟ କଲେ ଧର୍ମେନ୍ଦ୍ର ପ୍ରଧାନ।ଏକାକୀ ଲଢ଼ିବା ପୋଷ୍ଟକୁ ରି-ପୋଷ୍ଟ କଲେ ଧର୍ମେନ୍ଦ୍ର ପ୍ରଧାନ।ଏହାସହ ରିପୋଷ୍ଟ କରି ଏକ୍ସଲେଣ୍ଟ ଇମେନ୍ସଲି ଗ୍ରେଟ୍‌ଫୁଲ୍‌ ବୋଲି ଲେଖିଲେ ସାଂସଦ
ଅପରାଜିତା ଷଡଙ୍ଗୀ।

 

Leave A Reply

Your email address will not be published.