ଏକାଠି ପୁଅ, ଝିଅ ବସି ପାଠ ପଢିପାରିବେ ନାହିଁ

ସକାଳର ଖବର, ୨୨-ଅଗଷ୍ଟ-୨୦୨୧,ରବିବାର

0 258

➡️୧-ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।
➡️୨-କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ମହାମାରୀରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ୨୦୨୨ ଯାଏଁ ମିଳିବ PF । ଏନେଇ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ।
➡️୩-କରୋନ ମହାମାରୀ ଯୋଗୁଁ ବନ୍ଦ ଥିବା ଲର୍ଣ୍ଣିଂ ଲାଇସେନ୍ସ ସମତେ ଗାଡ଼ିର ଫିଟ୍‌ନେସ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା ୨୩ରୁ ପୁଣି ଆରମ୍ଭ ହେବ ସ୍ଲଟ୍‌ ବୁକିଂ।
➡️୪-ଅକ୍ଟୋବର ମାସ ସୁଦ୍ଧା କୋଟିଏ ଟିକା ଯୋଗାଇବ ଜାଇଡସ୍ କାଡିଲା । ୧୨ ବର୍ଷରୁ ଅଧିକ ସମସ୍ତେ ନେଇ ପାରିବେ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା ଜାଇକୋଭ-ଡି ।
➡️୫-ଆଜି ବଲାଙ୍ଗୀର ଆସିବେ କେନ୍ଦ୍ର ସରକାରଙ୍କର ରେଳବାଇ କ୍ୟାବିନେଟ୍‍ ମନ୍ତ୍ରୀ ଅଶ୍ୱନୀ ବୈଷ୍ଟମ୍ବ ।
➡️୬-ରାଜଧାନୀର ବଡ ହୋଟେଲରେ ହାଇ ପ୍ରୋଫାଇଲ୍ କ୍ୟାସିନୋ ଜୁଆ ଖେଳ, ୩ ଯୁବତୀଙ୍କ ସମେତ ୧୩ ଗିରଫ । ଲକ୍ଷାଧିକ ଟଙ୍କା ଜବତ ସହ ୧୮ଟି ମୋବାଇଲ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ ।
➡️୭-କେନ୍ଦ୍ରାପଡ଼ାର ମହାକାଳପଡାରେ ୫୦ହଜାର କୋଟି ଟଙ୍କା ବିନିମୟରେ ଆର୍ସଲେ ମିତଲ ନିପନ ଗ୍ରୁପ ପ୍ରତିଷ୍ଠା କରିବ ବୃହତ ଇସ୍ପାତ କାରଖାନା । କମ୍ପାନୀ ଅଧ୍ୟକ୍ଷ ଲକ୍ଷ୍ମୀ ମିତଲ ପାରଦ୍ବିପ ବନ୍ଦରରୁ ମହାନଦୀରେ ସ୍ବତନ୍ତ୍ର ବୋଟ ଯୋଗେ ବୁଲି ଦେଖିଲେ ସମସ୍ତ ଅଞ୍ଚଳ ।
➡️୮-କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳର ନେତା ଏକ ଭର୍ଚୁଆଲ୍ ବୈଠକ କରି କେନ୍ଦ୍ର ସରକାରଙ୍କ ନିକଟରେ ୧୧ଟି ଦାବି ରଖିଲେ।
➡️୯-ସାରା ବିଶ୍ବରେ ମୋଟ କୋଭିଡ୍ ସଂକ୍ରମଣ ମାମଲା ୨୧୧,୭୭୮,୫୨୬ରେ ପହଞ୍ଚିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୪,୪୩୨,୨୦୭ରେ ପହଞ୍ଚିଛି।
➡️୧୦-ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ଆସାମରେ ହେଲେ ୧୪ ଜଣ ଗିରଫ ।
➡️୧୧-ସୁପରଷ୍ଟାର ହେଲେ ବି ମାନିବାକୁ ପଡ଼ିବ ନିୟମ । ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର।
➡️୧୨-ଆଫଗାନିସ୍ତାନକୁ ଅଧିକାର କରିନେବା ପରେ ତାଲିବାନ ପ୍ରଥମ ଥର ପାଇଁ ଜାରି କଲା ଫତୱା । ଏଣିକି ଆଉ ଏକାଠି ପୁଅ, ଝିଅ ବସି ପାଠ ପଢିପାରିବେ ନାହିଁ
➡️୧୩-ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା ।
➡️୧୪-ତାମିଲନାଡୁ ରେ ସେପ୍ଟେମ୍ବର ୯ ଯାଏଁ ବଢିଲା ଲକଡାଉନ୍‌ । ସ୍କୁଲ ଏବଂ କଲେଜ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରିକଲେ ତାମିଲନାଡୁ ରାଜ୍ୟ ସରକାର ।
➡️୧୫-ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୨.୮୫ ଲକ୍ଷ କୃଷି ଶ୍ରମିକ ଓ ଭୂମିହୀନ ଚାଷୀଙ୍କ ଋଣ ଛାଡ କରିବେ ସରକାର ।
➡️୧୬-ତାଲିବାନ ବିରୋଧରେ ତେଜୁଛି ବିଦ୍ରୋହ । ପଂଜଶିରରେ ଏକଜୁଟ ହେଲେ ଆଫଗାନ ସେନାଙ୍କ ସମେତ ପୂର୍ବତନ ଉପରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ ।
➡️୧୭-ତାଲିବାନ୍କୁ ଆଉ ଏକ ବଡ଼ ଝଟ୍କା, ମନ୍ୟତା ଦେବାକୁ ସିଧାସିଧା ମନା କରିଦେଲା ୟୁରୋପିଆନ୍ ୟୁନିୟନ୍ ।
➡️୧୮-୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ହେବାକୁ ଥିବା ବେଳେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ୍ ବଟଲର ଏହି ମ୍ୟାଚ ଖେଳିବେ ନାହିଁ । ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସୂଚନା ।
➡️୧୯-ଜନ୍ମ ମାଟି ସୁନ୍ଦରଗଡ଼ରେ ୪ ହକି ଅଲମ୍ପିଆନଙ୍କୁ କରାଗଲା ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ।
➡️୨୦-ନାଇରୋବିରେ ଚାଲିଥିବା ଅଣ୍ଡର ୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ୧୦ ହଜାର ମିଟର ରେସ ୱାକ୍‌ରେ ଭାରତକୁ ମିଳିଲା ଐତିହାସିକ ରୌପ୍ୟ ପଦକ । ବିଶ୍ୱ ଆଥଲେଟିକ୍ସର କୌଣସି ରେସ୍‌ ୱାକ୍‌ରେ ଭାରତର ଏହା ପ୍ରଥମ ପଦକ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।
ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନ୍ତର ଭରା ଶୁଭକାମନା ଓ ଅଭିନନ୍ଦନ “iZýi§û^ _eòaûe” ।ଶୁଭ ସକାଳ,ସୁପ୍ରଭାତ

 

 

Leave A Reply

Your email address will not be published.