ଆଜିର ଅନୁଚିନ୍ତା

ତାରିଖ - ୨୨:୦୮:୨୦୨୧ (ରବିବାର)

0 380

🦋 ସମ୍ପର୍କ କେବେ ବି ଦୂରତ୍ବରେ ଶେଷ ହୁଏ ନା … ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର, ଅସମ୍ମାନ, ସ୍ୱାର୍ଥପରତା ଏବଂ ବିଶ୍ବାସ ଘାତକ ଦ୍ଵାରା ।
🦋” ଅର୍ଥ ” ” ଆଉ ” ” ସ୍ବାର୍ଥ “ମଣିଷକୁ ଅମଣିଷ କରିଦିଏ ।
🦋ନିଜର ସ୍ବାର୍ଥ ରଖି ଆଗରେ ଗୋଟେ ଓ ପଛରେ ଗୋଟେ କହୁଥିବା ବ୍ୟକ୍ତି ” କରୋନା ” ଠାରୁ ବଡ ଭୟଙ୍କର । ଏମାନଙ୍କୁ କେବଳ ସାମାଜିକ ଦୂରତ୍ବ ବଜାଇ ରଖିବା ଆବଶ୍ୟକ ।
🦋ଜୀବନରେ କାହାର ଉପକାର କରିବା ପାଇଁ ଭଲ ସମ୍ପର୍କ ନୁହେଁ ନିଜ ଭିତରେ ଗୋଟିଏ ନିଃସ୍ବାର୍ଥ ଭାବ ମନ ଟିଏ ଥିବା ଆବଶ୍ୟକ ।
🦋ଭାଇ ଭଉଣୀ ସମ୍ପର୍କ ଏକ* ଏମିତି ସମ୍ପର୍କ,,,,,,ଯେଉଁ ଥିରେ ରାଗ, ଋଷା, ଅଭିମାନ, ହସ, କାନ୍ଦ,ଲୁହ ସବୁ ତ ରହି ଥାଏ ହେଲେ କେବେ Break up ନ ଥାଏ,,,,,,।
ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି :- ସତସଙ୍ଗର ମହିମା ବଡ଼ ଅଦ୍ଭୁତ । ସତସଙ୍ଗ ହେଉଛି ଏକ ଶ୍ରେଷ୍ଠ ସାଧନା । ମୋର ଭକ୍ତ ସତସଙ୍ଗ ଦ୍ବାରା ମୋତେ ଯେପରି ପାଇପାରନ୍ତି, ଅନ୍ୟ କୌଣସି ସାଧନାଦ୍ବାରା ସେପରି ପାଇପାରନ୍ତି ନାହିଁ । ଯୋଗ,ସାଂଖ୍ୟ,ଧର୍ମ, ସ୍ବାଧ୍ୟାୟ, ତପ,ତ୍ୟାଗ, ଇଷ୍ଟାପୂର୍ତ୍ତ କର୍ମ, ଦକ୍ଷିଣା, ବ୍ରତ,ଯଜ୍ଞ,ବେଦର ରହସ୍ୟମୟ ମନ୍ତ୍ର,ତୀର୍ଥ, ନିୟମ, ଯମ ଆଦି ଯେତେସବୁ ଉପାୟ ଅଛି, ସେସବୁଦ୍ବାରା ମୋତେ ସହଜରେ ପାଇହୁଏ ନାହିଁ, ଅଥଚ ସତସଙ୍ଗଦ୍ବାରା ମୁଁ ସହଜରେ ମିଳିଯାଏ ।
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏.ଆଜି ରବିବାର ପ୍ରଭୁ ବଳଭଦ୍ର ଠାକୁରଙ୍କ ଜନ୍ମ ଓ ରାକ୍ଷୀ ବନ୍ଧନ ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଆପଣ ସମସ୍ତଙ୍କୁ  ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ “ସତ୍ୟସନ୍ଧାନ ପରିବାର ” ।

Leave A Reply

Your email address will not be published.