ଏକଜୁଟ ହେଲେ ବିରୋଧୀ

ସକାଳର ଖବର, ୨୧-ଅଗଷ୍ଟ-୨୦୨୧,ଶନିବାର

0 215

➡️୧-ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା : ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
➡️୨-ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ରପ୍ତାନି କଲା ୪୫୦୦ ଟନର ଓଜନିଆ ଖଣି ଉପକରଣ । ଏସବୁ ଉପକରଣ ଇଣ୍ଡୋନେସିଆର ଟବନିଓ ବନ୍ଦରକୁ ପଠାଗଲା ।
➡️୩-ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସିଆଇଇ ଆଇସିଟି ପୁରସ୍କାରରେ ରନର୍ସ ଅପ୍ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ ।
➡️୪-ଦେଶରେ ଏବେ ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଇ ପାରିବ। ଜାଇଡସ୍ କାଡିଲାର ୩ ଡୋଜ୍ କରୋନା ଟିକା ‘ଜାଇକୋଭ-ଡି’କୁ ଦେଶରେ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି ।
➡️୫-ଜାତୀୟ ଖାଇବା ତେଲ ଯୋଜନା-ତାଳତେଲକୁ କାର୍ଯ୍ୟକାରୀ କରବାକୁ ମିଳିଲା ଅନୁମୋଦନ । ଏଥିପାଇଁ ୧୧ହଜାର ୪୦ କୋଟି ଟଙ୍କାର ହେଲା ବ୍ୟୟବରାଦ ।
➡️୬-ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ‘କିଟ୍ ବିଶ୍ୱବିଦ୍ୟାଳୟ’, ଏଣିକି ସମସ୍ତ ତଥ୍ୟ ଦେବାକୁ ବାଧ୍ୟ । ସାଧାରଣ ଲୋକ ଜାଣିବାରେ ହେବ ସହଜ ।
➡️୭-ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ନୂଆ ଏମଆରଆଇ ଓ ସିଟି ସ୍କାନ୍ ମେସିନ ଉଦଘାଟିତ । ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।
➡️୮-ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା ।
➡️୯-ଆସନ୍ତା ନିର୍ବାଚନ ବେଳକୁ ଏଥର ବୁଥ୍ ନୁହେଁ, ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ।
➡️୧୦-ପୂର୍ବ ଭାରତର ବିକାଶରେ ଯୋଡ଼ିହେବ ଓଡ଼ିଶା, ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ମିଳିଲା ସବୁଜ ସଙ୍କେତ । ଏ ନେଇ ରାୟଗଡ଼ା ଗସ୍ତରେ ଆସିଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ।
➡️୧୧-ଶ୍ରୀଲଙ୍କାରେ କମୁନି ସଂକ୍ରମଣ, ଅଗଷ୍ଟ ୩୦ ଯାଏଁ ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି ।
➡️୧୨-ତାଲିବାନ ବିରୋଧରେ ମୋଦୀଙ୍କ ପ୍ରଥମ ବୟାନ । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଲେ ‘ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ’ ।
➡️୧୩-ଜାମ୍ମୁକାଶ୍ମୀରରେ ସେନାର ବଡ ଅପରେସନ୍ । ରଜୌରୀରେ ଏନକାଉଣ୍ଟରରେ ସେନା ଗୁଳିରେ ନିପାତ ହେଲେ ୨ ଆତଙ୍କୀ ।
➡️୧୪-ପାକିସ୍ତାନର ଗ୍ବାଦାର ସହରରେ ଭୟଙ୍କର ବିସ୍ଫୋରଣ, ପୁଣି ୬ ଚୀନ ଇଞ୍ଜିନିୟରଙ୍କ ମୃତ୍ୟୁ ।
➡️୧୫-କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ ହରିୟାଣା ର ଖଟ୍ଟର ସରକାର ।
➡️୧୬-ମୋଦି ସରକାର ବିରୋଧରେ ଏକଜୁଟ ହେଲେ ବିରୋଧୀ । ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଲେ ୧୯ଟି ଦଳ, ୨୦୨୪ ସାଧାରଣ ନିର୍ବାଚନ ନେଇ ହେଲା ଆଲୋଚନା ।
➡️୧୭-ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁ ସେନା (IAF)ର ସ୍ବତନ୍ତ୍ର ପରିବହନ ବିମାନ ସି-୧୭ ପ୍ରସ୍ତୁତ। ଏକା ଥରକେ ପ୍ରାୟ ୨୫୦ ଭାରତୀୟଙ୍କୁ ଉଦ୍ଧାର କରିପାରିବ।
➡️୧୮-ଟ୍ବେଣ୍ଟି୨୦ ବିଶ୍ବକପ୍‌: ପ୍ରସ୍ତୁତି ନେଇ କୋହଲି – ବିସିସିଆଇ ପଦାଧିକାରୀଙ୍କ ସହ ହେଲା ଆଲୋଚନା ।
➡️୧୯-ଟୋକିଓ ପାରାଲିମ୍ପିକ୍‌ସ ଉପରେ ଏବେ ସାରା ଦେଶର ନଜର, ସର୍ବବୃହତ ୫୪ଜଣିଆ​‌ ଭାରତୀୟ ଦଳ ଏଥିରେ ପ୍ରତିନିଧିତ୍ବ କରିବେ।
➡️୨୦-ଆଜି ସୁନ୍ଦରଗଡ ଆସିବେ ହକି ଅଲିମ୍ପିଆନ୍; ଭବ୍ୟ ସମ୍ବର୍ଦ୍ଧନା ଦେବ ଜିଲ୍ଲା ପ୍ରଶାସନ । ଅଲିମ୍ପିକ୍ ଖେଳିବା ପରେ ହକି ଖେଳାଳିମାନଙ୍କ ଏହା ପ୍ରଥମ ସୁନ୍ଦରଗଡ଼ ଗସ୍ତ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତ।।

Leave A Reply

Your email address will not be published.