ରାଜଧାନୀରୁ ଜବତ ହେଲା ଗୋମାଂସ

0 267

ଭୁବନେଶ୍ୱର,୨୧/୮(ଏସଏସନିୟୁଜ)ହଂସପାଳ ରାସ୍ତା ବେତେଣ୍ଡା ଛକ ନିକଟରେ ଗୋମାଂସ ନେଇ ଯାଉଥିବାଏକ ପିକଅପ୍ ଭ୍ୟାନକୁ ପୋଲିସ ଜବତ କରିଛି । ପିକଅପ ଭ୍ୟାନରେ ଗୋମାଂସ ଚାଲାଣ ହେଉଥିବାବେଳେ ସ୍ଥାନୀୟଲୋକମାନଙ୍କଦ୍ୱାରା ଧରାପଡିଥିଲା ।ଏହାକୁ ନେଇ ପ୍ରବଳ ଉତେଜନା ଦେଖାଯିବାସହ ଲୋକମାନେ ଡ୍ରାଇଭରକୁ ମାଡ ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗୋମାଂସ ଜବତ କରିଛି ।ଉତ୍ୟକ୍ତଲୋକମାନଙ୍କୁ ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Leave A Reply

Your email address will not be published.