ଇଂଲଣ୍ଡକୁ ପୁଣି ଘାଇଲା କଲେ ଅକ୍ଷର

ଖବର ଆଜିର ,ତାରିଖ ୦୫-୦୩-୨୦୨୧ ଶୁକ୍ରବାର

0 391

୧-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ବିଶ୍ବର ପ୍ରମୁଖ ଇସ୍ପାତ କଂପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ।
୨–ପୁଣି ବଢିଲା ବସ୍ ଭଡା : ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି ।
୩-ପୋଲାର୍ଡଙ୍କ ‘୬ ବଲ୍‌, ୬ ଛକା’ ପରାକ୍ରମ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗିବ୍ସ ଓ ଯୁବିଙ୍କ ପରେ ତୃତୀୟ
୪-ଇଂଲଣ୍ଡକୁ ପୁଣି ଘାଇଲା କଲେ ଅକ୍ଷର-ଅଶ୍ବିନ: ୨୦୫ରେ ଅଟକିଲା ରୁଟ୍ ସେନା, ଭାରତ ୨୪/୧
୫-ଇଜି ଅଫ୍ ଲିଭିଂ ଇନ୍‌ଡେକ୍ସ ୨୦୨୦; ବେଙ୍ଗାଲୁରୁ ଓ ଶିମ୍‌ଲା ଜୀବନଯାପନ ପାଇଁ ସବୁଠାରୁ ଉତ୍ତମ ସହର ।
୬-ଶ୍ରେଷ୍ଠ ବା‌ସୋପଯୋଗୀ ସହର : ଭୁବନେଶ୍ବର ଦେଶରେ ଦ୍ବିତୀୟ
୭-ପିସିବିର ବଡ ନିଷ୍ପତ୍ତି : ୭ ଖେଳାଳି କରୋନା ଆକ୍ରାନ୍ତ ହେବାପରେ ପାକିସ୍ତାନ ସୁପର ଲିଗ୍ ବନ୍ଦ ।।
୮-ଉତ୍ତରପ୍ରଦେଶ ବିଧାନସଭା ବାହାରେ ଗୁଳିକାଣ୍ଡ, ପୋଲିସ ଇନିସପେକ୍ଟର ମୃତ ।
୯-ଓଟିଟି ପ୍ଲାଟ୍‌ଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା ପ୍ରକଟ୍ କହିଲେ- ପ୍ରଦର୍ଶିତ ହେଉଛି ପୋର୍ଣ୍ଣଗ୍ରାଫି, କଣ୍ଟେଟ୍‌ର ସ୍କ୍ରିନିଂ ଜରୁରୀ ।
୧୦-ବ୍ରିଟେନରେ କରୋନାର ନୂଆ ଭ୍ୟାରିଏଣ୍ଟ୍ P1 ଚିହ୍ନଟ, ସାରା ବିଶ୍ୱରେ ଆତଙ୍କ ।
୧୧-କୋଟିଆ ବିବାଦ: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ପରାମର୍ଶ ଲୋଡ଼ିଲେ ରାଜ୍ୟ ସରକାର ।
୧୨-ରାଜନୀତି ପଶାପାଲିରେ ଓବିସି ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, ସମର୍ଥନ କଲା କଂଗ୍ରେସ .
୧୩-୫୦ ଦିନରେ ହେବ ୨୦୦ ସ୍କୁଲ୍‌ର କାର୍ଯ୍ୟ ସମୀକ୍ଷା ଓ ଡକ୍ୟୁମେଣ୍ଟେସନ୍‌, ପୁରାତନ ଛାତ୍ରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ।
୧୪-ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ, ଆସିଲା ସୁନାମୀ ।
୧୫-ଫ୍ୟାଣ୍ଟମ୍ ଫିଲ୍ମ୍‌ସ୍ ୩୫୦ କୋଟି ଟଙ୍କାର ଟିକସ ଫାଙ୍କିଥିବାର ମିଳିଲା ପ୍ରମାଣ, ୫ କୋଟି ଟଙ୍କା ନେଇଛନ୍ତି ତାପସୀ : ଆୟକର ବିଭାଗ ।
୧୬-କୋଭିଡ କଟକଣା ମଧ୍ୟରେ ପାଳିତ ହେବ ପ୍ରସିଦ୍ଧ ପଞ୍ଜୁଦୋଳ ଯାତ୍ରା, ଜାଗର ପାଇଁ ଧବଳେଶ୍ୱରରେ ଜାରି ହେବ ୧୪୪ଧାରା
୧୭-ଭାରତର କରୋନା ମୁକାବିଲା ପଦ୍ଧତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଦେଶର ପ୍ରଶଂସା : ଡକ୍ଟର ହର୍ଷବର୍ଦ୍ଧନ ।
୧୮-୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫% ରେ ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର ।
୧୯-ଜାତିସଂଘ ଅଥବା ଏହାର କଟକଣାକୁ ଡରୁ ନାହନାନ୍ତି ମିଆଁମାର ଜେନେରାଲ : UN ସ୍ୱତନ୍ତ୍ର ଦୂତ
୨୦-ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ପେଟ୍ରୋଲ ପମ୍ପ ଡିଲର ଓ ଏଜେନ୍ସିକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।
୨୧-୪୭ ଦେଶକୁ କୋଭିଡ୍ ଟିକା ପଠାଇଲା ଭାରତ, ଭାରତକୁ ବିଭିନ୍ନ ରାଷ୍ଟ୍ରର ପ୍ରଶଂସା .।
୨୨-କମ୍ପ୍ୟୁଟରରେ ହ୍ବାଟ୍‌ସଆପ୍‌ର ଭଏସ୍‌, ଭିଡିଓ କଲ୍ ସୁବିଧା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.