ଭୁବନେଶ୍ୱର,୮ା୧(ଏସଏସନିଉଜ) ଆଉ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।ଏବେଠାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କଲେଣି ।ଏହାରିଭିତରେ କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବାର ଜଣାପଡିଛି ।ଦଳରେ ଚରମ ଅବହେଳା ସାଙ୍ଗକୁ ବିଜେଡିରେ କୋଟେରୀ ରାଜ୍ ଚାଲିଥିବାନେଇ ଅଭିଯୋଗ ଉଠାଇଛନ୍ତି ବଳଭଦ୍ର । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ଦେଇଛନ୍ତି । ଦଳରୁ ଇସ୍ତଫା ଦେଇସାରିବାପରେ ବିଷ ଉଦ୍ଗାରିଲେ ବଳଭଦ୍ରାମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କଲି କିନ୍ତୁ ଉଦ୍ୟମ କରି ବି ଭେଟିପାରିଲି ନାହିଁ ବୋଲି ତେଣୁ ଇସ୍ତଫା ଦେଲି କହିଛନ୍ତି ବଳଭଦ୍ର । ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ତେବେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଯୋର ହେଉଛି।
ଅନ୍ୟପଟେ ଅଭିନେତା ଅରିନ୍ଦବ ରେଳମନ୍ତ୍ରୀଙ୍କୁ ଭେଟିବା ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଗତ ୨୦୦୯ ମସିହାରେ ଅରିନ୍ଦମ ବିଜେଡିରେ ମିଶି ବିଭିନ୍ନ ସାଙ୍ଗଠନିକ କାର୍ୟ୍ୟରେ ସାମିଲ ହୋଇଥିଲେ । ୨୦୨୨ରେ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦ ମିଳିଥିଲା ।

