ଏଥର ଅରେଞ୍ଜ ଦେଖିବା

0 59

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ରାଜ୍ୟରେ ଏଥର ଅରେଞ୍ଜ ଦେଖିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀାସକେହିଛନ୍ତି ଗ୍ରୀନ ବହୁତ ଦେଖିଲେ, ହ୍ୱାଇଟ ବି ଦେଖିଲେ, ଏବେ ଅରେଞ୍ଜ ଦେଖିବାାଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ ।ଲୋକ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନିା ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି ।ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ବୋଲି କହିଛନ୍ତି ପ୍ରଦୀପ ।ଅନ୍ୟପଟେ ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ମନମୋହନ ସାମଲା ଉଭୟଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଅଶ୍ୱିନୀବୈଷ୍ଣବଙ୍କୁ ବିଜେଡିର ସମର୍ଥନନେଇ ମନମୋହନ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଆମେ କାହାକୁ ସମର୍ଥନ ମାଗିନୁ ।ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ ।ସେମାନେ କାହିଁକି ସମର୍ଥନ ଦେଲେ ସେମାନଙ୍କୁ ପଚାରନ୍ତୁ ବୋଲିକହିଥିଲେ ।ଅନ୍ୟପଟେ ମେଣ୍ଟ ସମ୍ଭାବନାକୁ ସଫା ମନା କରିଦେଇଥିଲେ ମନମୋହନ ସାମଲାମେଣ୍ଟ ଆଦୌ ହେବନି, ଆମେ ଏକାକୀ ଲଢ଼ିବୁ ଏବଂ ସରକାର କରିବୁ । କଂଗ୍ରେସର କଟାକ୍ଷକୁ ନେଇ ମନମୋହନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି କଂଗ୍ରେସ ସାର୍ଟିଫିକେଟରେ ଆମେ ବଞ୍ଚିନାହୁଁ ବୋଲି କହିଛନ୍ତି ।
ସେହିଭଳିଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କରିଛନ୍ତି ପିସିସି ପ୍ରଭାରୀ ଡ. ଅଜୟ କୁମାର ।ଏକ୍ସ ଜରିଆରେ ପିସିସି ପ୍ରଭାରୀ ଡ. ଅଜୟ କୁମାରଙ୍କ ମନ୍ତବ୍ୟ ଦେବାସହ ଦୁଇଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି ।ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇଆସିଛି । ବ୍ୟାପକ ଦୁର୍ନୀତି ସତ୍ତ୍ୱେ କାହିଁକି ରେଡ୍ ହେଉନି ଓଡ଼ିଶାଲୋକେ ବୁଝିଗଲେଣି ବୋଲି କହିଛନ୍ତି । ଏସବୁପରେ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପ୍ରସଙ୍ଗରେ ବିଜେଡି ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଯେ, ଓଡ଼ିଶାର ସ୍ଵାର୍ଥ ସହ କୌଣସି ସାଲିସ କରାଯିବନି।
ଅନ୍ୟପଟେ କଂଗ୍ରେସରୁ ଅଂଶୁମାନ ମହାନ୍ତି ଓ ନିହାର ମହାନନ୍ଦଙ୍କ ଇସ୍ତଫା ନେଇ ପିସିସିସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ,ସେମାନେ ବିଜେପି ଓ ବିଜେଡି ଲିଙ୍କରେ ଅଛନ୍ତି ।ଆଗକୁ ଆହୁରି ଛାଡ଼ିବେ, ସେମାନେ ଗଲେ ବି କଂଗ୍ରେସର କିଛି କ୍ଷତି ହେବନି. ସେମାନେ ଛାଡ଼ିଲେ ନୂଆ ମୁହଁକୁ ଆମେ ସୁଯୋଗ ଦେବୁ ବୋଲି କହିଛନ୍ତି ।

Leave A Reply

Your email address will not be published.