ଶେରଗଡ଼କୁ ଏନଏସି ଘୋଷଣାକଲେ ରାଜ୍ୟସରକାର

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0 47

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ ବିକାଶମୂଳକ ପ୍ରକ୍ରିୟା।ଏହି ପ୍ରୟାସରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀ ମନ୍ଦିର ନୂଆ ରୂପ ନେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଛି। ସେହିପରି ହାଇସ୍କୁଲ ରୂପାନ୍ତରଣ କାର‌୍ୟ୍ୟକ୍ରମ ହିଂଜିଳି ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତରଣ କାମ ସରିଛି। ଏହି ସବୁ ରୂପାନ୍ତରଣ କାର‌୍ୟ୍ୟକ୍ରମରେ ନିଜେ ଭାଗ ନେଇଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଲୋକଙ୍କ ସହଯୋଗରେ ହିଂଜିଳି ଶେରଗଡ଼ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ହୋଇପାରିଛି। ବିକାଶ କ୍ଷେତ୍ରରେ ହିଂଜିଳି ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ ଭାବରେ ଉଜ୍ଜଳ ପରିଚୟ ସୃଷ୍ଟି କରିଛି। ହିଂଜିଳି ଶେରଗଡ଼ର ସବୁ ଘରକୁ ପାଇପ ପାଇଁ ଓ ସବୁ ଚାଷ ଜମିକୁ ଜଳସେଚନ ଲାଗି ବ୍ୟବସ୍ଥା କରାଯାଉଛି। ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲ ରୂପାନ୍ତରଣ କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫାଇଭ-ଟି ଉଦ୍ୟମରେ ଏହିସବୁ ରୂପାନ୍ତରଣ କାମ ଲୋକେ ପସନ୍ଦ କରିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଲୋକାର୍ପିତ ହେଲା ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍ । ସମ୍ ହସ୍ପିଟାଲ୍‌ର ଏହି ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ୍‌କୁ ବସନ୍ତ ପଞ୍ଚମୀ ତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ଫାଇପଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ୍‌କ ସମେତ ସୋଆ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ମଧ୍ୟ ଉପସ୍ଥିତ ଥିଲେ ।ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତ୍ତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ ଠାରେ ସମ୍ ହସ୍ପିଟାଲ୍‌ର ତୃତୀୟ କ୍ୟାମ୍ପସ୍ ଆରମ୍ଭ ହୋଇଛି । ଶୀତଳାପଲ୍ଲୀ ଠାରେ ଆରମ୍ଭ ହୋଇଥିବା ନୂତନ ହସ୍ପିଟାଲ୍‌ରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ । ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଣ୍ଟା ରୋଗୀ ସେବା ପ୍ରଦାନ କରାଯିବ ।

Leave A Reply

Your email address will not be published.