ଏଥର ସୋସିଆଲ ମିଡିଆରେ କାଳିଆ ଠାକୁରଙ୍କୁ ଦର୍ଶନ

ସକାଳର ଖବର,୦୯-ଜୁଲାଇ-୨୦୨୧,ଶୁକ୍ରବାର

0 197

୧-ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାପାଇଁ ଆରମ୍ଭ ହେଲା ରଥରେ କନା ପଡ଼ିବା । ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ସମେତ କନକମୁଣ୍ଡିରେ ପିତ୍ତଳ ସଜ ଲାଗି ହେବା ସହିତ ତିନି ରଥର ପ୍ରଭା ଫିଟିଙ୍ଗ ହେବ ।

୨-ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭକ୍ତଙ୍କୁ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ କରିଲେ ଅନୁରୋଧ ।

୩-ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର ।

୪-ଚାଷୀଙ୍କ ସହାୟତା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ, ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ଲକ୍ଷ କୋଟି ।

୫-ମୁଖ୍ୟମନ୍ତ୍ରୀ : ସାରା ବିଶ୍ବ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ ।

୬-ବଢ଼ୁଛି ପଜିଟିଭ୍‌ ହାର: ୮ ରାଜ୍ୟକୁ କେନ୍ଦ୍ରର ଚିଠି, ସଂକ୍ରମଣ ନିୟନ୍ତ୍ରଣ ଦିଗରେ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କର ।

୭-ଏଣିକି ଘରେ ବସି ଜମି କିଣିବିକା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା । ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

୮-ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଓଏଏସଙ୍କୁ ମିଳିଲା ପଦୋନ୍ନତି ।

୯-ଜୁଲାଇ ୧୧ରେ ହୀରାକୁଦରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ।

୧୦-ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ।

୧୧-ଘାଟିରେ ସେନାକୁ ବଡ ସଫଳତା । କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ସହ ମିଶି କଲେ ଏନକାଉଣ୍ଟର । ନିପାତ ହେଲେ ଲସ୍କର-ଇ-ତୋଇବା ଏବଂ ହିଜବୁଲ ମୁଜାହୁଦ୍ଦିନର ୫ ଆତଙ୍କୀ ।

୧୨-ସଲମାନ ଖାନଙ୍କ ବିରୋଧରେ ଆସିଲା ଠକାମୀ ଅଭିଯୋଗ, ପଚରାଉଚୁରା ପାଇଁ ଡକାଇଲା ଚଣ୍ଡିଗଡ ପୋଲିସ ।

୧୩-ଚିନ୍ତା ବଢ଼ାଇଲା ବିଦେଶୀ ସଂସ୍ଥା: ଭାରତର ସମ୍ପତ୍ତି ଜବତ କରିବ କେର୍ଣ୍ଣ ଏନର୍ଜି, ଫ୍ରାନ୍ସ କୋର୍ଟ ଦେଲେ ଅନୁମତି ।

୧୪-ଟ୍ବିଟର୍‌କୁ ସତର୍କ କରାଇଲେ ହାଇକୋର୍ଟ, ଆଇନ ପାଳନ ନକଲେ ମିଳିବନି ସୁରକ୍ଷା ।

୧୫-ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟି କଲାଣି ଡେଲ୍‌ଟା,ଗତ ଦୁଇ ସପ୍ତାହରେ ଚିହ୍ନଟ ହୋଇଥିବା ମାମଲାର କେବଳ ୫୨ ପ୍ରତିଶତ ଡେଲ୍‌ଟା ବୋଲି ଜଣାପଡ଼ିଛି।

୧୬-କୁଲଗାମ ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୫ ଆତଙ୍କବାଦୀ ନିହତ ।

୧୭-ଟୋକିଓରେ ବଢ଼ୁଛି କରୋନା ସଂକ୍ରମଣ : ଜରୁରୀ କାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ ।

୧୮-ଭାରତ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କୋଚଙ୍କୁ ହେଲା କରୋନା ।

୧୯-ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଲେ ୬କୋଟି, ରୌପ୍ୟ ବିଜେତାଙ୍କୁ ୪କୋଟି ଏବଂ କାଂସ୍ୟ ପଦକ ପାଇଲେ ୨.୫କୋଟି ଟଙ୍କା ପୁରସ୍କାର ମିଳିବ ।

୨୦-ଓଡ଼ିଶାରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ-ମୁଖ୍ୟମନ୍ତ୍ରୀ ।

ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.