ଆଜିର ଅନୁଚିନ୍ତା

ତାରିଖ - ୦୯:୦୭:୨୦୨୧ (ଗୁରୁବାର)

0 666

 

ମଣିଷ ମଣିଷର ଯେତେବଡ଼ ଉପକାର କରୁନା କାହିଁକି,
ପରବର୍ତ୍ତୀ ସମୟରେ ସାମାନ୍ୟ କ୍ଷତି କରିଲେ, ସେହି ଉପକାରର କଥା କେହି ବିନ୍ଦୁ ମାତ୍ର ମନେ ରାଖନ୍ତିନି ।

ବିଶ୍ୱାସ :-ଥରେ ଭାଙ୍ଗିଗଲେ ଯୋଡିବା ବହୁତ କଷ୍ଟ ହୋଇପଡେ ।ଭରସା :-ଜଣକୁ ଆଶା ଭରସା,କଥାଦେଇ, ହୃଦୟ ଭାଙ୍ଗିବା, ମଣିଷ ପଣିଆର କାର୍ଯ୍ୟ ନୁହେଁ ।

ଭଲପାଇବା :-ଭଲ ପାଇବାରେ,ଗୋଟେ ସୁନ୍ଦର ମୁଁହ ନୁହେଁ, ଗୋଟେ ସୁନ୍ଦର,ମନଟିଏ ଦରକାର ।

ଭୋକିଲା ରହିଜିବେ, କିନ୍ତୁ ଯଉଠି ଆଦର ଆଉ ସ୍ନେହ ମିଳୁନାହିଁ, ସେହି ଜାଗାରେ କେବେ ଭୋଜନ କରିବେ ନାହିଁ ।

ଯଦି ମନରେ କେବେ ଗର୍ବ ଆସେ ତେବେ, ସ୍ୱର୍ଗ ଦ୍ୱାର ନିକଟରୁ ଟିକେ ବୁଲିଆସନ୍ତୁ; ଜୀବନର ବାସ୍ତବତା କଣ ବୁଝିପାରିବେ ।

ହୃଦୟ କହୁଛି ସେ Online ରେ ଅଛି, ଥରୁଟିଏ ପଚାରିନେବି କେମିତି ଅଛ ବୋଲି ? କିନ୍ତୁ ମନ କହୁଛି ତୁନି ହୋଇପଡ, କିଛି ଲାଭ ନାହିଁ, ତୁମେ ପଚାରିଲେବି ସେ Reply ଦେବନି ।

ଯଦି ଆମର ଜନ୍ମ ଏତେ ସରଳ ହୋଇଥାନ୍ତା ତାହେଲେ ଆମେ ଜନ୍ମ ସମୟରେ କାନ୍ଦି କାନ୍ଦି ଧରା ପୃଷ୍ଟକୁ ଆସି ନଥାନ୍ତେ. ଧରାପୃଷ୍ଟ ଏତେବି ଖରାପ ନୁହଁ ଯେତେବେଳେ ଆମର ମୃତ୍ୟୁ ହୁଏ ଆମ ପଛରେ ଅନେକ ଲୋକ କାନ୍ଦି ନଥାନ୍ତେ. ତେଣୁ ଜୀବନ ଖରାପ ଓ ଭଲର ମୂଲ୍ୟାଙ୍କନ ନକରି ଧରା ପୃଷ୍ଠରେ ପ୍ରତ୍ୟେକ କ୍ଷଣ ଖୁସି ଓ ଆନନ୍ଦରେ କଟେଇବା ଆବଶ୍ୟକ ।।

ଦୁନିଆରେ କେବଳ ସେଇମାନେ ଶୀଘ୍ର ମରନ୍ତି ଯେଉଁମାନେ – ଗୁରୁ ପତ୍ନୀଙ୍କୁ ଯେ ଉପଭୋଗ କରେ, ଗୁପ୍ତରେ ପାପ କରି ଯେ ଶାସ୍ତ୍ର ସଂପର୍କରେ ଭାଷଣ ଦିଏ, ଗୋଚର ପଡ଼ିଆକୁ ଯିଏ ତାଡ଼େ, ବ୍ରହ୍ମଣ ହୋଇ ଯେବେ ବେଶ୍ୟା ଘରେ ଖାଏ, ଦେବ ସମ୍ପତ୍ତିକୁ ଯେ ହରଣ କରେ, ଅବିବାହିତା କନ୍ୟା ସହିତ ଯେ ମୈଥୁନ କରେ, ଗର୍ଭପାତ ଯିଏ କରେ ବା କରାଏ, ପରର ବହିପତ୍ର ଯେ ଚୋରି କରେ ।।

ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି, କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି।।

ଲୁହ ଜଣାଇ ଦିଏ କଷ୍ଟ କିପରି , ସଂସ୍କାର ଜଣାଇ ଦିଏ ପରିବାର କିପରି , ବଚନ ଜଣାଇ ଦିଏ ମଣିଷ କିପରି , ନଜର ଜଣାଇ ଦିଏ ସୁନ୍ଦରତା କିପରି , ଆଉ ସମୟ ଜଣାଇ ଦିଏ ସମ୍ପର୍କ କିପରି ।

ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଜୟ  ଜଗନ୍ନାଥ ,ଜୟ ସୋମନାଥ ।

Leave A Reply

Your email address will not be published.