ଏଥର ନିଶ୍ଚୟ ପୋଲ ହେବ

0 214

ବଲାଙ୍ଗୀର, ୩୧/୭(ଏସଏସନିୟୁଜ) ଶନିବାରଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅରଣ୍ୟ ମଧ୍ୟରେ ରହିଥିବା ଉପାନ୍ତ ଗାଁ କୁଟରାକେନ ଗ୍ରାମକୁ ଯାଇଥିଲେ ।କିନ୍ତୁ ନାଳ ପାଇଁ ଗାଡି ଆଗକୁ ଯାଇପାରିନଥିଲା । ଗାଡି ନଯିବାରୁ ସେ ଗ୍ରାମବାସୀମାନଙ୍କ ନିଜସ୍ୱଉଦ୍ୟମରେ ନିର୍ମାଣ ହୋଇଥିବା କାଠ ପୋଲରେ ଚାଲିଚାଲି ଗାଁକୁ ଯିବାକୁ ପଡିଥିଲା । ଆଉ ଏଥର ନିଶ୍ଚୟ ପୋଲ ହେବ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିବାର ଜଣାପଡିଛି ।ତେବେ ଏହି ଦୁର୍ଗମ ଅରଣ୍ୟ ମଧ୍ୟରେ ୬୦ ପରିବାର କୁନେଇ ରହିଥିବା ଉପାନ୍ତ ଗାଁ କୁଟରାକେନ ଗ୍ରାମକୁ ସଂଯୋଗ ହୋଇଥିବା ୪ କିଲୋମିଟର ରାସ୍ତା କଦର୍ଯ୍ୟ ସହ ରାସ୍ତାରେ ଥିବା ୩ଟି ନାଳ ଯାତାୟତରେ ମୁଖ୍ୟ ବାଧକ ସାଜିଛି ।

Leave A Reply

Your email address will not be published.