ଏବେବି ଅପହରଣ ଶିକ୍ଷୟିତ୍ରୀଙ୍କ ପତାମିଳିନି

0 217

ଲାଞ୍ଜିଗଡ,୨୫।୧୨(ଏସଏସ ନିଉଜ)ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିନେଇଥିବାର ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି।ଅପହୃତ ଶିକ୍ଷୟତ୍ରୀ ହେଉଛନ୍ତି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ କିଡି଼ଙ୍ଗ ପ୍ରାଥମିକ ସ୍କୁଲରେ ଭବାନୀପାଟଣା ସହରର ଲୀଳାବତୀ ନାଗ ।ଗତକାଲି ସେ ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ଓ ବସ୍ ଧରିବା ପାଇଁ ପାଦରେ ଚାଲିଚାଲି କିଡିଙ୍ଗ ଛକକୁ ଯାଉଥିବା ବେଳେ ସେଇ ଛକ ନିକଟରୁ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଥିବା ଲୀଳାବତୀଙ୍କ ମାଆ ବାସନ୍ତୀ ନାଗ ଥାନାରେ ଅଭିଯୋଗ କରିଛନ୍ତି।ଅଦ୍ୟାବଧି ପୋଲିସ ଅପହୃତ ଶିକ୍ଷୟତ୍ରୀ ଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷପ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply

Your email address will not be published.