ଫେରାର କଏଦୀ ଧରାପଡ଼ିଲା

ମେଣ୍ଢାଶାଳ୯।୪(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କରାଶ୍ରମରୁ ପ୍ରାତଃ ଭ୍ରମଣରେଯାଇ ଫେରାର ହୋଇଯାଇଥିବା କଏଦୀଙ୍କୁ ଶୁକ୍ରବାର ରାତିରେ ପୋଲିସ ଗିରଫକରି ରବିବାରଦିନ କୋର୍ଟ ଚାଲଣ କରିଛି।ଧରାପଡିଥିବା କଏଦୀ ହେଉଛନ୍ତି ସୁନ୍ଦରଗଡ଼ ହିମାଗିରିଥାନା ଅଧିନସ୍ତ ବାଙ୍ଗୁର କୋଲଗ୍ରାମର ନବୀନପାତ୍ର।
ପ୍ରକାଶଯେ, ଗତ୨୩ ଡିସେମ୍ବର ୧୦୨୨ ମସିହାରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜାକାଟୁଥିବା ନବୀନ ଏବଂ ତାଙ୍କର ଅନ୍ୟ ଜଣେ କାରାବାସରେ ସଜାକାଟୁଥିବା ସହଯୋଗୀଙ୍କ ସହ ପ୍ରାତଃ ଭ୍ରମଣରେ ଯାଇ ଆଶ୍ରମକୁ ଆଉ ଫେରିନଥିଲେ । ଆଶ୍ରମ ସୁପରିଟେଡେଣ୍ଟ ସରୋଜ କୁମାରବିଶ୍ଵାଳ ଆଖପାଖ ଅଞ୍ଚଳରେ ଦୁହିଁଙ୍କୁ ଖଜାଖୋଜି କରିବା ପରେ କୌଣସି ପତା ନମିଳିବାରୁ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ୩୧୩।/୨୨କେଶ ନମ୍ବରରେ ଏକ ମକଦମା ରୁଜକରି ତଦନ୍ତ ଆରମ୍ଭ କରିଥିଲା।ଗତ ୭ ତାରିଖରେ ବିଶେଷ ସୂତ୍ରରୁ ଖବରପାଇ ଚନ୍ଦକା ଥାନା ପୋଲିସ ଲେଫ୍ରିପଡା ଥାନାଧିକାରୀଙ୍କ ସହାୟତାରେ ନବୀନଙ୍କୁ ତା ଘର ପାଖରୁ ଗିରଫକରିଥିଲେ। ଥାନାରେ ପଚରାଉଚରା କରିବାପରେ ନବୀନ ତାଦୋଷ ସ୍ୱୀକାର କରିଥିଲା ।ରବିବାରଦିନ ନବୀନକୁ ପୋଲିସ ଗିରଫକରି କୋର୍ଟଚାଳଣ କରିଛି।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.