ଫେରିଲାକୋରୋନା , ଫେରିଲାମାସ୍କ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପୁଣି ଓଡ଼ିଶାକୁ ଫେରିଲା କୋଭିଡ୍ । ରାଜ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟରେ ରାଜ୍ୟସରକାର । କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।ଶେଷଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଉ ଏବେ ଜଣେ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢିଯାଇଛି । କେରଳରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1.୧ ଚିହ୍ନଟ ହୋଇଥିଲା ।ଏହାପରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ତତ୍ପର ହୋଇଛନ୍ତି ।

- Advertisement -

Leave A Reply

Your email address will not be published.