FIH ପ୍ରେସିଡେଣ୍ଟସ ଆୱାର୍ଡ ପାଇଲେ IAS ଭି.କେ. ପାଣ୍ଡିଆନ

0 223

ଭୁବନେଶ୍ୱର,୨୨/୫(ଏସଏସନିୟୁଜ) ୪୭ ତମ FIH କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଥିବା IAS ଭି.କେ. ପାଣ୍ଡିଆନଙ୍କୁ ମିଳିଛି FIH ପ୍ରେସିଡେଣ୍ଟସ ଆୱାର୍ଡ ।ଓଡ଼ିଶାରେ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଭି.କେ. ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭର୍ଚୁଆଲରେ ଆୟୋଜନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭି.କେ. ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାସହ କରାଯାିବାସହ ହକି ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବାବେଳେ ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ ସହ ୨୦୨୩ରେ ହକି ବିଶ୍ୱକପ ପାଇଁ ଓଡିଶା ପ୍ରସ୍ତୁତି କରୁଛି ।

Leave A Reply

Your email address will not be published.