ଗୋଡିସାହି ଫାଣ୍ଡିରେ ସାନିଟାଇଜ ହେଲା

ବାରଙ୍ଗ,୨୨/୫(ଏସଏସନିୟୁଜ):ବାରଙ୍ଗ ଥାନା ଅଧୀନସ୍ଥ ଗୋଡିସାହି ଫାଣ୍ଡି ରେ ଜଣେ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।ପଜିଟିଭ ଚିହ୍ନଟ ହେବା ପରେ ସେ ହୋମ ଆଇଶୋଲେଶନ ରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି।ଏହାପରେ  ଫାଣ୍ଡି ଏବଂ ଏହାର ପରିସରକୁ ସମ୍ପୂର୍ଣ ଭାବେ ସାନିଟାଇଜ କରାଯାଇଛି।ଅନ୍ୟପଟେ ଆଜି ବାରଙ୍ଗ ବ୍ଲକ୍ ରୁ ୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।ବେଲଗଛିଆ ପଞ୍ଚାୟତ ରୁ ୪,ଦାଢାପାଟଣା,ହରିଅନ୍ତା, ସାଇଁସୋ ପଞ୍ଚାୟତ ରୁ ୩ ଲେଖାଏଁ,ଖଲର୍ଦ୍ଧା,କୁହ୍ନେଇପଡା,ମୁଣ୍ତଳି,ନରାଜ ମାର୍ଥାପୂର, ରାମଦାସପୁର,ଶ୍ରିବନ୍ତପୁର ପଞ୍ଚାୟତ ରୁ ୧ ଜଣ ଲେଖାଏଁ ଏବଂ କୁରଙ୍ଗ ପ୍ରଧାନ,କୁରାଙ୍ଗ ଶାସନ ପଞ୍ଚାୟତ ରୁ ୫ ଜଣ ଲେଖାଏଁ ନୂତନ ଆକ୍ରାନ୍ତ ଥିବା ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।ସେହିଭଳିଭାବେ ରାଜଧାନୀ ଉପକଣ୍ଠ ପାଂଚପଂଚାୟତରେ୮ଜଣ ସଂକ୍ରାମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଟାଙ୍ଗିବନ୍ତରୁ ୩,ବରିମୁଣ୍ଡରୁ୨,କଲ୍ୟାଣପୁରରୁଜଣେ ଓ ରଘୁନାଥପୁରପଂଚାୟତରୁ ୨ଜଣ ଚିହ୍ନଟ ହୋଇଥିବାର ଡାକ୍ତରଖାନା ସୁତ୍ରରୁ କୁହାଯାଇଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.