ଫାଇନାଲକୁ ଗଲା ମାମଙ୍ଗଳା ଓ ବଜରଙ୍ଗବାଲୀ

0 236

ଭୁବନେଶ୍ୱର,୭/୧୨- ଶନିବାରଥିଲା ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟର ୭ମ ଦିବସ । ଅନ୍ୟଦିନମାନଙ୍କ ତୁଳନାରେ ଏହି ଦିନ ଥିଲା ଭିନ୍ନ । ଖେଳ ଅପେକ୍ଷା ଅତିଥିଙ୍କୁ ଦେଖିବାକୁ ରହିଥଲା ଉସ୍ସୂକତା । ଗଣ୍ଡରପୁର ଖେଳପଡିଆରେ ଚାଲିଥିବା ୭ମ ଦିବସର ଏହି ଟୁର୍ଣାମେଂଟକୁ ଓଡିଆ ଫିଲ୍ମିଜଗତର ଜଣାଶୁଣା ବଙ୍ଗିୟ ଅଭିନେତ୍ରୀ ରାଗିଣି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାପରେ କେବଳ ଗ୍ରାମାଂଚଳର ଦୁଇଟି ସେମିଫାଇନାଲମ୍ୟାଚ୍ ଖେଳାଯାଇଥିଲା । ପ୍ରଥମମ୍ୟାଚରେ ମାମଙ୍ଗଳାକ୍ଲବ ଗୋଠପୁର ୨-୦ଗୋଲରେ ରେ କୃଷକବନ୍ଧୁକ୍ଲବ ତଣ୍ଡିକଣାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଦଳପକ୍ଷରୁ ଦିପ୍ତିରଞନ ମାଝି ୨ଟିଗୋଲ ଦେଇ ଦଳପାଇଁ ନିର୍ଣାୟକ ସାଜିଥିଲେ । ୨ୟ ସେମିଫାଇନାଲ ମ୍ୟାଚ୍ ରେ ୫-୪ ଟ୍ରାଇବ୍ରେକରରେ ବଜରଙ୍ଗବାଲୀ କ୍ଲବ ଘାଟିକିଆ ପ୍ରତାପକ୍ଲବ ପ୍ରତାପନଗରୀ କୁ ପରାସ୍ତକରି ଫାଇନାଲରେ ପ୍ରବେଶ କରିଥିଲା । ରବିବାରଦିନ ହେବାକୁ ଥିବା ଟୁର୍ଣାମେଂଟର ଅନ୍ତିମ ଦିବସରେ ଗ୍ରାମାଂଚଳର ଫାଇନାଲମ୍ୟାଚ୍ ମାମଙ୍ଗଳାକ୍ଲବ ସହ ବଜରଙ୍ଗବାଲୀ କ୍ଲବ ଘାଟିକିଆ ଓ ସହରାଂଚଳରେ ସ୍ପୋଟସ ହଷ୍ଟେଲ କଟକ ସହ କିଶୋରକ୍ଲବ ଭୁବନେଶ୍ୱର ମଧ୍ୟରେ ହେବ ବୋଲି ଆୟୋଜକ ୟୁନାଇଟେଡ୍ ୟୁଥ୍ ସ୍ପୋଟସ୍ କ୍ଲବ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.