ଫେବୃଆରୀ ୧୨ରୁ ପଞ୍ଚାୟତ ଭୋଟ୍!

0 183

ଭୁବନେଶ୍ୱର, ୫/୧୦(ଏସ ଏସ ନିୟୁଜ) ଫେବୃଆରୀ ମାସ ୧୨ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ଆରମ୍ଭ ହେବ । ମାର୍ଚ୍ଚ ୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବା ସହ ଲୋକ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିବେ । କେଉଁ କେଉଁ ତାରିଖରେ ନିର୍ବାଚନ ହେବ ତାହା ନିଷ୍ପତି ହୋଇନଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବାର ଜଣାପଡିଛି ।ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ୨୦୨୨ ମାର୍ଚ୍ଚ ୫ ତାରିଖରେ କାର୍ଯ୍ୟକାଳ ପୂରିବ ।ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚିଠା ତାଲିକା ପ୍ରକାଶ ପାଇବା ପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.