ଫୁଲୁଛି ଗୋଦାବରୀ

0 171

ମାଲକାନଗିରି , ୨୫/୭(ଏସଏସନିୟୁଜ) ଉପରମୁଣ୍ତରେ ବର୍ଷା ଲାଗି ରହିଥିବା ଯୋଗୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ। ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି। ଫଳରେ କୁନାଭରମ-ଭଦ୍ରାଚଲମ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ୍‌ର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ରହିଛି ମୋଟୁ ତହସିଲ। ମୋଟୁ ଅଞ୍ଚଳର ଗୋଟିଏ ପଟେ ସିଲେରୁ ନଦୀ ଏବଂ ଅନ୍ୟପଟେ ଅନ୍ୟପଟେ ସାବେରୀ ନଦୀ ପ୍ରବାହିତ ହେଉଛି। ଏହି ଦୁଇ ନଦୀ ଆନ୍ଧ୍ରର ଗୋଦାବରୀ ନଦୀରେ ମିଶିଛି। ଗୋଦାବରୀ ନଦୀ ଫୁଲିଲେ ଏହି ଦୁଇ ନଦୀର ବନ୍ୟାଜଳ ନିଷ୍କାସିତ ହୋଇ ନପାରି ଫୁଲିବା ମଧ୍ୟ ଆରମ୍ଭ କରିଛି ।ଫଳରେ ମୋଟୁବାସୀଙ୍କ ମନରେ ଛନକା ପଶିବାସହ ବନ୍ୟା ଆଶଙ୍କା ଦୃଷ୍ଟିରୁ ମୋଟୁ ସାବେରୀ ନଦୀ ଘାଟରେ ଥିବା ଦୋକାନ ଓ ହୋଟେଲଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି। ନଦୀ ଘାଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Leave A Reply

Your email address will not be published.