ଘଟଣାସ୍ଥଳରୁ ମିଳିଲା ୨ଟି ଖୋକା

0 208

ବାଲେଶ୍ବର,୨୫/୭(ଏସଏସନିୟୁଜ) ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ ସିମୁଳିଆଠାରେ କରାଯାଇଥିବା ଏନକାଉଣ୍ଟର ସ୍ଥଳରୁ ସାଇଂଟିଫିକ ଟିମ୍କୁ ୨ଟି ଖୋକା ମିଳଛି । ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ପହଂଚି ଛାନଭିନ ଆରମ୍ଭ କରୁଛି । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ବୋଲି ଜଣାପଡିଛି ।ବାଲେଶ୍ବର ସିମୁଳିଆ ଥାନାରେ ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ମାମଲା ରୁଜୁ ହୋଇଛି। ଖସି ପଳାଇବା, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ ହୋଇଛି।ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ଧମକ ଓ ଗାଳିଗୁଲଜ ଦଫା ଲାଗିଲା । ଅନ୍ୟପଟେ ପୁଲିସ ଗ୍ୟାଙ୍ଗଷ୍ଟର ହାଇଦରକୁ ଜିରୋ ପଏଣ୍ଟରୁ ଗୁଳି କରି ମାରିଛି ବୋଲି ହାଇଦରର ପୁଅ ସେକ୍ ଚୁନେଇ କହିଛନ୍ତି । ମୃତ୍ୟୁ ସମ୍ପର୍କରେ ପରିବାରକୁ ଏ ଯାଏ କୌଣସି ସୂଚନା ଦିଆଯାଇନାହିଁ। ମୃତ୍ୟୁ ସମ୍ପର୍କରେ ସେମାନେ ଟିଭିରୁ ହିଁ ଜାଣିବାକୁ ପାଇଲେ ବୋଲି ଚୁନେଇ କହିଛନ୍ତି। ପୁଲିସ ସ୍ବାମୀଙ୍କୁ ମାରିଦେଇଛି ବୋଲି ପତ୍ନୀ ହସିନା ବିବି ମଧ୍ୟ ଅଭିଯୋଗ କରିବାସହ ହାଇଦରଙ୍କ ମୃତଦେହକୁ ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି। ହାଇଦର ଏନକାଉଣ୍ଟର ପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାଂପ୍ରଦାୟିକ ଗଣ୍ଡଗୋଳ ଆଶଙ୍କାରେ କେନ୍ଦ୍ରାପଡା ମ୍ୟୁନିସପାଲିଟି, ବାରିମୂଳ, କପାଳେଶ୍ବର, ଗୁଲନଗର, ଜାମଧର ପଂଚାୟତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କେନ୍ଦ୍ରାପଡ଼ା ପୌରାଞ୍ଚଳସ୍ଥିତ ହାଇଦରର ଘର ରଣପଡ଼ା ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। ରଣପଡ଼ାରେ ପୁଲିସ ଛାଉଣି, ଛକଛକରେ ଗାଡ଼ି ଯାଞ୍ଚ କରୁଥିବାର ଜଣାପଡିଛି ।

Leave A Reply

Your email address will not be published.