ଫୁଲୁଛି ସୁବର୍ଣ୍ଣରେଖା

0 144

ବାଲେଶ୍ୱର, ୨/୮(ଏସଏସନିୟୁଜ) ଫୁଲୁଛି ସୁବର୍ଣ୍ଣରେଖା । ଗତ କିଛିଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଘାଟ ଠାରେ ସୁବର୍ଣ୍ଣରେଖା ର ଜଳପତ୍ତନ ବିପଦସଂକେତ ଉପରେ ଚାଲିଛି । ନଦୀର ଗାଲୁଡ଼ିହ ବ୍ୟାରେଜ ରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍ ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇଚାଲିଛି। ବର୍ଷା ପାଣି ଯୋଗୁ ଜଳେଶ୍ୱର,ଭୋଗରାଇ ର ଧୋୟା ଅଞ୍ଚଳ ବୁଡିରହିଛି। ଫଳରେ ବନ୍ୟା ପରିସ୍ଥିତି ଏଠାରେ ଜଟିଳ ହେବାରେ ଲାଗିଛି।

Leave A Reply

Your email address will not be published.