ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଅଭିଯୋଗ

0 163

ଅନୁଗୁଳ,୨/୮(ଏସଏସନିୟୁଜ) ଗୁଣି ସନ୍ଦେହରେ ଗାଁର ଲୋକମାନେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଭଳି ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ ଘଟିଛି । ରବିବାର ଦିନ ବୁଧୁରାମ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ମିଳିପାରିନାହିଁ । ଏ ଘଟଣା‌ରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଗତ ୩ମାସ ତଳେ ଏକଭୋଜିରେ ଆଦିବାସୀ ସାହିର୩ଜଣ ବୁଧୁରାମ ଚାତର ଏବଂ ସ୍ତ୍ରୀ ମୁନି ଚାତର ଏବଂ ତାଙ୍କ ସମ୍ପର୍କୀୟ ମୋଟେଇ ଗାଗରାଇ ଝଗଡ଼ା କରିଥିଲେ ।ଏହାକୁନେଇ ଗ୍ରାମବାସୀମାନେ ଏମାନଙ୍କୁ ବାସନ୍ଦକରିବାସହ କାହାସହ ମିଳାମିଶାକୁ ବାରଣ କରିଥିଲେ ।ସେହିଦିନଠାରୁ ଏମାନେ ଅଲଗା ରହିଥିବାବେଳେ ଗୁଣିଗାରେଡି କରୁଥିବାର ଗାଁ ଲୋକ ସନ୍ଦେହ କରିଥିଲେ । ଗାଁର କିଛି ଯୁବକ ସଂଗବଧ ଭାବେ ବୁଧୁରାମ, ମୁନି.ମୋଟେଇ ଙ୍କୁ ଜଙ୍ଗଲ ଭିତରକୁ ନେଇ ପିଟି ପିଟି ମାରି ନିକଟସ୍ଥ ନଦୀରେ ତିନି ଜଣଙ୍କ ଶବକୁ ଭସାଇ ଦେଇଥିଲେ ବୋଲି ଖମାର ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ କରିବାସହ ୫ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି ।

Leave A Reply

Your email address will not be published.