କେନ୍ଦ୍ରାପଡା,୧୬ା୪(ଏସଏସନିଉଜ)ଆଳିରେ ରାଜନୈତିକ ଶତ୍ରୁତା ଓ ଚାନ୍ଦୋଳରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇଜଣଙ୍କ ଜୀବନଯାଇଛି। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।ରାଜନୈତିକ ଶତ୍ରୁତାରୁ ଆଳିଥାନା ସହିରାଗ୍ରାମର ଅମିତପାତ୍ର ଗତକାଲି ବିଳମ୍ବିତ ରାତିରେ ଆକ୍ରମଣର ଶିକାରହୋଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦହିଅଣ୍ଟା ଗ୍ରାମରୁ ହରିହାଟଭୋଜି ଖାଇ ଅମିତ ଓ ଶଳା ସଞ୍ଜୟଜେନା ଫେରୁଥିବାବେଳେ ଦହିଅଣ୍ଟା ଛକ ନିକଟରେ ଛୁରାମାଡ ହୋଇଥିଲେ । ଏହି ଘଟଣାରେ ରଶ୍ମିରଞ୍ଜନରାଉଳଙ୍କୁ ଅଟକରଖି ପୁଲିସ ପଚରାଉଚୁରା କରୁଛି।ଜମିବାଡ଼ି ବିବାଦରୁ ସଦରଥାନା ଅନ୍ତର୍ଗତ ଗଣେଶପୁର ଗ୍ରାମରେ ବସନ୍ତଦାସଙ୍କ ଜୀବନ ଯାଇଛି। ଜମିବାଡ଼ି ବିବାଦଯୋଗୁ ବସନ୍ତ ଓ ଶରତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା।ଉଭୟପରିବାରର ସଦସ୍ୟ ମାଡ଼ପିଟ୍ ଲାଗିଥିଲେ। ଏହିମାଡଗୋଳରେ ବସନ୍ତଙ୍କଛାତିକୁ ଶକ୍ତଆଘାତ ସହ ତଂଟିକୁ ଚିପି ଦେବାରୁ ବସନ୍ତ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ।ପୁଅ ସଂଜୟ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ।
