ଗିରଫ ହେଲେ ନକଲି ଡାକ୍ତର

0 528

ମାଲକାନଗିରି,୨୭/୬(ଏସଏସନିୟୁଜ) ଦୁର୍ଗମ ଅଞ୍ଚଳରେ ନକଲି ଡାକ୍ତର କାୟା ବିସ୍ତାର କରିଚାଲିଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଚିତ୍ରକୋଣ୍ଡା ପୁଲିସ ଚଢ଼ଉ କରି ବିଭିନ୍ନ ସ୍ଥାନରେ ଖୋଲିଥିବା ବେଆଇନ କ୍ଲିନିକ୍‌ରେ ଚଢ଼ଉ କରିବା ସହ ହାଟ ବଜାରରେ ଔଷଧ ନେଇ ରୋଗୀଙ୍କ ଚିକିତ୍ସା କରୁଥିବା ୪ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା। ବିପିନ ଚନ୍ଦ୍ର ନାୟକ (୬୦), ବିଶ୍ବଦେବ ସରକାର (୨୭) ସୁଫଳ ବିଶ୍ବାସ (୩୬), ପଳାସ ରାୟ (୪୬)।ଏହି ନକଲି ଡାକ୍ତରମାନେ ବିଶେଷ କରି ସ୍ବାସ୍ଥ୍ୟସେବା ଅପହଞ୍ଚ ଅଞ୍ଚଳକୁ ଟାର୍ଗେଟ କରୁଥିଲେ। ଜ୍ବର, ଝାଡ଼ାବାନ୍ତି, ମେଲେରିଆ ଭଳି ରୋଗର ଔଷଧ ନେଇ ଗାଁ ଦାଣ୍ଡ, ହାଟ କିମ୍ବା କୌଣସି ଜନଗହଳି ସ୍ଥାନରେ ଆରମ୍ଭ କରି ଦେଉଥିଲେ ଚିକିତ୍ସାକରିବାସହ ରୋଗୀଙ୍କୁ ସାଲାଇନ୍ ଏବଂ ଇଂଜେକ୍ସନ ବି ଦେଉଥିଲେ। ସେହିପରି ମାଲକାନଗିରି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କାଲିମେଳା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଚିକିତ୍ସା କରୁଥିବା ୩ଜଣଙ୍କୁ ଗିରଫ କରାଯାଇଛି।ସେମାନେ ହେଲେ ଏମଭି-୭୩ ଗାଁର ପରେଶ ବାବାଲି (୩୩), ଏମପିଭି-୧୪ ଗାଁର ଶଶାଙ୍କ ପାଇକ (୪୫) ଏବଂ ଏମପିଭି-୧୧ ଗାଁର ସଚିନ ପରମାଣିକ (୪୦) ।ଗିରଫ ପରେ ପୋଲିସପାଖରେ ଡାକ୍ତରୀ ଶିକ୍ଷାର କୌଣସି ପ୍ରମାଣପତ୍ର , କ୍ଲିନିକ୍ ଖୋଲିବା ଏବଂ ଔଷଧ ରଖିବା ପାଇଁ ଲାଇସେନ୍ସ ଆଦି ଦେଖାଇପାରିନଥିବାର ଜଣାପଡିଛି ।

Leave A Reply

Your email address will not be published.