ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ

0 448

ଭୁବନେଶ୍ୱର,୨୭/୬(ଏସଏସନିୟୁଜ) ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ଦିଆଯାଇଛି ।କାର‌୍ୟ୍ୟକାରୀ ସଭାପତି ଭାବେ ସୁଭୁସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି ୩ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କସ୍ତୁରିମହାପାତ୍ର ସାଧାରଣସମ୍ପାଦକ,ଜୟଶ୍ରୀଦାସ କାଷୋଧକ୍ଷ,ମାନସିସୁନ୍ଦରାୟ ସୋସିଆଲମିଡିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।ସେହିଭଳିଭାବେ ଭୁବନେଶ୍ୱର,କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର,ଗଞାମ,କୋରାପୁଟ ପାଇଁ ୭ଟିଯୋନ ସଭାପତି ଚୟନ ହୋଇଥିବାବେଳେ ୯ ବରିଷ୍ଠ ଉପସଭାପତି, ୨୭ ଉପସଭାପତି, ୩୫ ସାଧାରଣ ସମ୍ପାଦକ, ୩୬ ସମ୍ପାଦକ ଓ ୨୮ ଯୁଗ୍ମ ସମ୍ପାଦକଙ୍କ ସହିତ ମହାସଚିବ ଓ କୋଷାଧ୍ୟକ୍ଷ ଭାବେ ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି।

Leave A Reply

Your email address will not be published.