ପରିତ୍ୟକ୍ତ ପୋଖରୀରେ ବୁଡି ବୃଦ୍ଧା ମୃତ

0 373

କେନ୍ଦୁଝର ,୨୭/୬(ଏସଏସନିୟୁଜ) ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡପଦନା ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରେ ବୁଡି ବଡପଦନା ଗ୍ରାମର କୁନ୍ତଳା ରାଉତ(୮୬) ନାମକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଘରପାଖ ପୋଖରୀକୁ ଶୌଚ ପାଇଁ ଗତକାଲି ବିଳମ୍ବିତ ରାତ୍ରୀରେ ଯିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପୋଖରୀରେ ମୃତଦେହ ଭାସୁଥିବାର ଆଜି ସକାଳେ ପରିବାର ଲୋକ ଦେଖିଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦପାଇଁ ପଠାଇବାସହ ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି ।

Leave A Reply

Your email address will not be published.