ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥଦିନ

ଫାଇନାଲରେ ଜାଗା ୟୁନାଇଟେଡ଼ କ୍ଲବ

0 71

ବାରଙ୍ଗ,୭।୧୨(ଏସଏସନିଉଜ)କଲ୍ୟାଣପୁର ଗ୍ରାମପଞ୍ଚାୟତର ଗଣ୍ଡରପୁର ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲଟୁର୍ନାମେଣ୍ଟ ଚତୁର୍ଥଦିନରେ ଆଜି ୬ଟିମ୍ୟାଚ ଖେଳ।ଯାଇଥିଲା ।ଗ୍ରାମାଞ୍ଚଳବିଭାଗର ପ୍ରଥମମ୍ୟାଚରେ ଟାଏ ବ୍ରେକର ଜାରିରରେ ନିଷ୍ପତି କରାଯାଇ ଥିଲା ଏଥିରେ ନରଣପୁରଦଳ ୫-୪ ଗୋଲରେ ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିଥିଲେ ।ସେହିଭଳି ଦ୍ୱିତୀୟ ମ୍ୟାଚରେ ଜୟପୁର ଦଳ ୪-୩ ଟାଏ ବ୍ରେକରରେ ଉଷୁମାକୁ ପରାସ୍ତକରି କ୍ୱାର୍ଟରରେ ପ୍ରବେଶ କରିଥିଲେ ।ସେହିଭଳି ତୃତୀୟ ମ୍ୟାଚରେ ସ୍ଵର୍ଣ୍ଣଦେବିକ୍ଲବ, ବଉଳକୁଦ ୩-୦ଗୋଲରେ ସାଇଁସକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଥିଲା ।ଦଳପକ୍ଷରୁ ଦୀନବନ୍ଧୁ ଦାସ ୩ଟିଯାକ ଗୋଲ କରିଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦିଆଯାଇଥିଲା ।ଚତୁର୍ଥମ୍ୟାଚରେ ବଜରଙ୍ଗବାଲିକ୍ଲବ ଘାଟିକିଆଦଳ ୫-୪ଗୋଲରେ ଜଗତସିଂହପୁର ମଇନ୍ଦପୁରକ୍ଲବକୁ ହରାଇ କ୍ୱାର୍ଟଏରରେ ପ୍ରବେଶ କରିଥିଲେ ।
ସେହିପରି ସହରାଂଚଳ ପ୍ରଥମ ସେମିଫାଇନାଲ, ଜାଗା ୟୁନାଇଟେଡ଼ ଓ ସଂଘର୍ଷସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଜାଗା ୟୁନାଇଟେଡ଼ ଦଳ ପକ୍ଷରୁ ୧୬ ନମ୍ବର ନିଜେରିଆନ ଖେଳାଳି ୩୧ ତମ ମିନଟରେ ଏକ ଗୋଲଦେଇ ଦଳକୁ ଅଗ୍ରଣୀ କରିଥିବାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ସଂଘର୍ଷସ୍ପୋର୍ଟିଂ ପକ୍ଷରୁ ୯ ନମ୍ବର ଜର୍ସିରେ କ୍ରିସ ୬୧ ତମ ମିନଟରେ ଏହାକୁ ପରିଶୋଧ କରିଥିଲେ । ଫଳରେ ଏହି ମ୍ୟାଚ ଟାଏ ବ୍ରେକର ପଦ୍ଧତିରେ ନିଷ୍ପତି କରାଯାଇଥିଲା । ଏଥିରେ ୫-୪ ଗୋଲରେ ଜାଗା ୟୁନାଇଟେଡ଼କ୍ଲବ ସଂଘର୍ଷ କ୍ଳବକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ।ଆଜିରମ୍ୟାଚର ପ୍ରଥମାର୍ଦ୍ଧ ଖେଳକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଦ୍ଵିତୀୟାର୍ଦ୍ଧ ଖେଳକୁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଉଦଘାଟନ କରିଥିଲେ। ଆସନ୍ତାକାଲିର ପ୍ରଥମମ୍ୟାଚ – ତିନିଘରିଆ ସହିତ ନରଣପୁର , ଗୋଠପୂର ସହିତ ଜୟପୁର , ସହରାଞ୍ଚଳର ବରଗଡ଼ ୟୁନାଇଟେଡ଼ ସହିତ ତାମିଲନାଡୁ ପୋଲିସ ମଧ୍ୟରେ ମୁକାବିଲା ହେବ ବୋଲି ଆୟୋଜକ କ୍ଳବ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.