ସଡକସୁରକ୍ଷା ସଚେତନତାକାର୍ଯ୍ୟକ୍ରମ

0 57

ବାରଙ୍ଗ,୭।୧୨(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବରଦିନ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷ ପ୍ରତାପ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଧେଶକ ତପନ କୁମାର ମିଶ୍ର, କଟକ ସଡ଼କ ପରିବହନ ଅଧିକାରୀ ସଞ୍ଜୟ ବେହେରା ଓ ରାଜ୍ୟ ସଡକ ସୁରକ୍ଷା ସଦସ୍ୟ ବିମଳ ସିଂ ଯୋଗଦେଇ ସଡ଼କ ସୁରକ୍ଷା ଓ ଏହାର ନିରାକରଣ ସହ ପ୍ରାଥମିକ ଚିକିତ୍ସାର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ସଂଯୋଜକ ଡ଼ ସନ୍ତୋଷ ମିଶ୍ର ଓ ଅଧ୍ୟାପକ ଅନିଲ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଏଥିରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ସହ ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଡ଼ ସୁଜାତା ହୋତା, ଡ଼ ଲିପିପୁଷ୍ପା ନାୟକ, ଡ଼ ଜୟଶ୍ରୀ ନନ୍ଦ, ଡ଼ ପ୍ରବୀର ମହାନ୍ତି, ସୁକାନ୍ତ ରାଉତ, ପ୍ରକାଶ ପରିଡା ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ ।


.

Leave A Reply

Your email address will not be published.