ଛାଡ଼ୁନି ବିବାଦ

ଚଉଶିଙ୍ଗା ଅସୁସ୍ଥ

0 61

 

ବାରଙ୍ଗ,୭।୧୨(ଏସଏସ ନିଉଜ) ନନ୍ଦନକାନନରେ ପିଛା ଛାଡୁନି ଅଘଟଣ । ଦିନକୁ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । କେତେବେଳେ ଜୀବଜନ୍ତୁ ଙ୍କ ଅସୁସ୍ଥ ତ ଆଉ କେତେବେଳେ ଅସୁସ୍ଥ ହୋଇ ମୃତ୍ୟୁ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ପୂର୍ବରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଭାଲୁ, ଜଲହସ୍ଥି , ବାରସିଙ୍ଗା,ଆନାକୋଣ୍ଡା ମୃତୁବରଣ କରିଥିବାବେଳେ
ଗୁରୁବାର ୭୨ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଚଉଶିଙ୍ଗା ଅସୁସ୍ଥ ହୋଇଛି । ସେ ଠିକ୍ ସେ ଖିଆ ପିଆ କରୁନଥିବା ବେଳେ ତାର ବାନ୍ତି ହେଉଛି । ଏସୁଚନା ପାଇବାପରେ କର୍ତ୍ତୃପକ୍ଷ ଚଉଶିଙ୍ଗାକୁ ଚିକିତ୍ସା ପାଇଁ ଆଉସଲେସନ ୱାର୍ଡରେ ଭର୍ତ୍ତି କରିଛନ୍ତି । ସେଠାରେ ପ୍ରାଣୀ ଚିକିତ୍ସକମାନେ ଚଉଶିଙ୍ଗାର ଚିକିତ୍ସା ଆରମ୍ଭ କରିଛନ୍ତି।ତେବେ
ଚଉଶିଙ୍ଗାର ଜୀବନ ବଞ୍ଚାଇବାରେ କେତେଦୂର ସକ୍ଷମ ହୋଇପାରୁଛନ୍ତି ଏଠାକାର ଡାକ୍ତର ତାହା ଦେଖିବାକୁ ବାକି ରହିଛି।

Leave A Reply

Your email address will not be published.