ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ଣାମେଣ୍ଟ

ତିନିଘରିଆ ଓ ଗୋଠପୁର ସେମିଫାଇନାଲକୁ ଗଲା

0 67

ବାରଙ୍ଗ.୮ା୧୨(ଏସଏସନିଉଜ)କଲ୍ୟାଣପୁର ଗ୍ରାମପଞ୍ଚାୟତର ଗଣ୍ଡରପୁର ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟ ଷଷ୍ଠଦିନରେ ୬ଟି ମ୍ୟାଚ ଖେଳାଯାଇଥିଲା । ଗ୍ରାମାଞ୍ଚଳବିଭାଗର ପ୍ରଥମ ମ୍ୟାଚରେ ଇଲେଭେନଗନ କ୍ଲବ, ତିନିଘରିଆ ୧-୦ ଗୋଲରେ ମହାବୀର ସ୍ପୋର୍ଟିଂକ୍ଲବ, ନରଣପୁରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସେହିପରି ଦ୍ୱିତୀୟମ୍ୟାଚରେ ମାମଙ୍ଗଳକ୍ଲବ ଗୋଠପୂର ୫-୪ ଟାଏ ବ୍ରେକରରେ ବନମହାବୀରକ୍ଲବ ଜୟପୁରକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି । ଗୋଠପୁର ପକ୍ଷରୁ ଅଜିତରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା ।
ସେହିପରି ସହରାଞ୍ଚଳମ୍ୟାଚରେ ତାମିଲନାଡୁପୋଲିସ ୨-୧ଗୋଲରେ ୟୁନାଇଟେଡ଼କ୍ଲବ ବଡ଼ଗଡ଼କୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଖେଳର ପ୍ରଥମାର୍ଦ୍ଧରେ ବରଗଡ଼ ୟୁନାଇଟେଡ଼ର ୧୭ ନମ୍ବର ଜର୍ସି ଚନ୍ଦ୍ର ମୁଦୁଲି ୩୧ତମ ମିନଟରେ ଏକ ଗୋଲଦେଇଥିବାବେଳେ ୨୬ନମ୍ବର ଜର୍ସିରେ ଥିବା ତାମିଲନାଡୁ ପୋଲିସର ଖେଳାଳି ୬୧ ତମ ମିନଟରେ ଗୋଲଟିକୁ ପରିଶୋଧ କରିଥିଲେ । ତାର ୬ ମିନଟପରେ ପୁଣି ସେଇ ୨୬ ନମ୍ବରଖେଳାଳି ଆଉ ଏକ ଗୋଲଦେଇଥିଲେ । ଖେଳର ଅନ୍ତିମମୁହୂର୍ତ୍ତରେ ବରଗଡ଼ଦଳର ୮ ନମ୍ବର ଖେଳାଳି ଗୋଲକୁ ସୁଝାଇଦେଇ ମ୍ୟାଚ୍କୁ ବରାବର କରାଇଥିଲେ । ୮୧ତମ ମିନଟରେ ତାମିଲନାଡୁପୋଲିସର ୧୮ ନମ୍ବରଖେଳାଳି ପୁଣି ଏକ ଗୋଲଦେଇ ଦଳକୁ ୩-୨ରେ ଅଗ୍ରଣୀ କରାଇଥିଲେ ।ତେବେ ୮୩ ତମ ମିନଟରେ ବରଗଡ଼ର ୭ ନମ୍ବର ଜର୍ସି ଗୋଲ ଟିକୁ ପରିଶୋଧ କରିଥିଲେ । ଫଳରେ ଟାଏ ବ୍ରେକର ଜରିଆରେ ବରଗଡ଼ ୟୁନାଇଟେଡ଼ ୫-୪ ୟୁନାଟିଏଡ଼ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି ।
ଟୁର୍ନାମେଣ୍ଟ ଷଷ୍ଠଦିନରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ମଧୁମଧବ ଜେନା , ୧୬ ନମ୍ବର ୱାର୍ଡର କର୍ପୋରେଟର ଅଚ୍ୟୁତସ୍ୱାଇଁ, ଜୟ ମା ସନ୍ତୋଷୀର ପରିଚାଳନାନିର୍ଦେଶକ ହେମନ୍ତନାୟକ , ଅରୁଣରାଉତ ଏବଂ ଗ୍ରାମର କମିଟି ସଭାପତି ଭାସ୍କର ପଢ଼ିହାରୀ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ ।ଆସନ୍ତାକଲି ଗ୍ରାମାଞ୍ଚଳର ପ୍ରଥମ ସେମିଫାଇନାଲର ପ୍ରଥମମ୍ୟାଚ ସ୍ବର୍ଣ୍ଣଦେବୀକ୍ଲବ, ବଉଳକୁଦ ସହିତ ଇଲେଭେନଗନ କ୍ଲବ ଏବଂ ଦ୍ୱିତୀୟ ସେମିଫାଇନାଲ ମାମଙ୍ଗଳକ୍ଲବ ଗୋଠପୂର ସହିତ ବଜରଙ୍ଗବାଲିକ୍ଲବ ଘାଟିକିଆ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସହରାଞ୍ଚଳବିଭାଗରେ ନିଜେରିଆ ଏକାଦଶ ସହିତ ବରଗଡ଼ ୟୁନାଇଟେଡ଼ର ମୁକାବିଲା ହେବ ବୋଲି ଆୟୋଜକ କ୍ଲବ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.