ଶୋଇବାଘରେ ମହିଳାଙ୍କୁ ବିଭସ୍ ହତ୍ୟା ଘଟଣାରେ ୩ଅଟକ

0 144

ବାରଙ୍ଗ,୭।୧୨(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ମଧୁପୁର ଗ୍ରାମରେ ମଙ୍ଗଳବାର ବିଳମ୍ଭିତ ରାତିରେ ସୁଚିତ୍ରା ସାହୁ ନାମକ ମହିଳାଙ୍କୁ ଶୋଇବା ଘରେ ବିଭସ୍‌ଭାବେ ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ବୁଧବାର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
ପ୍ରକାସଯେ, ମଧୁପୁର ଗ୍ରାମର ଚତୁର୍ଭୁଜସାହୁଙ୍କ ପୁଅ ସରୋଜ ମଙ୍ଗଳବାର ରାତିରେ ନଥିବାରୁ ଘରେ ବୋହୁପାଖରେ ଶାଶୁ ସୁଚିତ୍ରା ଶୋଇଥିଲେ।ଅଧାରାତିରେ ଶାଶୁଙ୍କ ପାଖରୁ ଉଠି ବୋହୁ ଅନ୍ୟ ଘରକୁ ପଳାଇଆସିଥିଲେ। ଶଶୁର ଦାଣ୍ଡପଟ ଘରେ ଶୋଇଥିଲେ।ସକାଳେ ଶାଶୁଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇବାଘରୁ ମୃତଦେହ ମିଳିଥିଲା। ଘର ଭିତରେ ସମୁଦାୟ ୩ଜଣ ଥିବାବେଳେ କିଏ ଆସି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇ ପଳାଇଗଲା ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଅନ୍ୟପଟେ ପୋଲିସ ୪୬୬/୨୩କେଶ ନମ୍ବରରେ ଏକ ହତ୍ୟା ମାମଲା ରୁଜୁକରି ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଧାନୀକୁକୁର ସହ ସାଇଣ୍ଟିଫିକ ଟିମ ସହ ତଦନ୍ତ କରିଛି।ପୋଲିସ ଏହି ଘଟଣାରେ ବୋହୁ,ବୋହୂର ଭିଣୋଇ ଓ ଅନ୍ୟ ଜଣଙ୍କୁ ଗୁରୁବାର ସକାଳୁ ଥାନାକୁ ଆଣି ପଚରାଉଚରା କରୁଥିବାର ଜଣାପଡିଛି।

Leave A Reply

Your email address will not be published.