ଗଣ୍ଡରପୁରରେ ଆରମ୍ଭ ହେଲା ଏକାଦଶବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ 

0 317

ବାରଙ୍ଗ,୨୭/୨(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ  ଗଣ୍ଡରପୁର (ବ୍ରାହ୍ମଣସାହି)ରେ ଆରମ୍ଭ ହୋଇଛି ଏକାଦଶବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ।ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାମଙ୍ଗଳା,ମାଦୁର୍ଗା,ମା ଦୁଲାଦେବୀଙ୍କ ଶୁଭ ବିଜେସ୍ଥଳୀରେ ଉସ୍‌ାହ ଓ ଉଦ୍ଦିପନାର ସହ ସବୁବର୍ଷ ଭଳି ଚଳିତବର୍ଷ ରବିବାରଦିନଠାରୁ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ରବିବାର କଳସଯାତ୍ରା କରାଯାଇ ଏହାର ଶୁଭାରମ୍ଭ ହୋଇଥିବାର ବେଳେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେଏହି କଳସଯାତ୍ରାରେ ଯୋଗଦାନ କରିଥିଲେ ।ବାଜବାଣ,ଶଙ୍ଘ,ଘଂଟ   ସହ ହରିବୋଲ,ହୁଳହୁଳିରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ସୋମବାରଦିନ ସୁର୍ଯ୍ୟପୁଜା, ରୁଦ୍ରାଭିଷେକ, ଚଣ୍ଡୀପାଠ, ମଙ୍ଗଳବାରଦିନ ଚଣ୍ଡିପାଠ,ବୁଧବାରଦିନଚଣ୍ଡିପାଠ,ଗୋପୁଜା,ଗୁରୁବାରଦିନ ପୁର୍ଣାହୁତି ସହ ଭକ୍ତମାନଙ୍କ ନିମନ୍ତେ ପ୍ରସାଦସେବନ କରାଯାଇ ମହାଯଜ୍ଞ ସମ୍ପନ୍ନ ହେବ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

 

 

Leave A Reply

Your email address will not be published.