ଜନ୍ତାରେ ପଡିଲା ପାତିମାଙ୍କଡ

0 292

ବାରଙ୍ଗ,୨୮/୨(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ତଥା ଆଖପାଖ ଅଞ୍ଚଳରେ ମାଙ୍କଡଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ସ୍ଥାନୀୟ କେନ୍ଦୁପାଟଣା ଗ୍ରାମରେ ଦୀର୍ଘ ଦିନରୁ ଆତଙ୍କ ସୃଷ୍ଟି କରିଥିବା ଏକ ପାତି ମାଙ୍କଡକୁ ଗ୍ରାମବାସୀ କାବୁ କରିଛନ୍ତି।ପ୍ରକାଶ ଯେ କେନ୍ଦୁପାଟଣା ଗ୍ରାମରେ ଦୀର୍ଘ ଦିନରୁ ଆତଙ୍କ ସୃଷ୍ଟି କରୁଥିବା ଏକ ପାତି ମାଙ୍କଡକୁ ଗ୍ରାମବାସୀ ମାନେ କାବୁ କରିଛନ୍ତି।ଦିନ ହେଉ କିମ୍ବା ରାତି ଅନେକ ସମୟରେ ମାଙ୍କଡ ମାନେ ଘରେ ପଶି ଅନେକ ଆସବାବପତ୍ର,ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିପକାଉଛନ୍ତି।ଏହାସହ ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ କାହାରିକୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି।ଗ୍ରାମବାସୀ ଙ୍କ କହିବା ମୁତାବକ,ଏ ବିଷୟରେ ବନ ବିଭାଗକୁ ବାରମ୍ବାର ଖବର ଜଣାଇଲେ ମଧ୍ୟ ବନବିଭାଗ କର୍ମଚାରୀ ଆସି ଯନ୍ତା ବସାଇ ଚାଲିଯାଉଛନ୍ତି।ହେଲେ କୌଣସି ସୁଫଳ ମିଳିନାହିଁ।ତେବେ ଗ୍ରାମବାସୀ ମାନେ ଆଜି କୌଶଳ କ୍ରମେ ଉକ୍ତ ପାତି ମାଙ୍କଡଟିକୁ ଯନ୍ତା ମାଧ୍ୟମରେ କାବୁ କରିଛନ୍ତି।ଯନ୍ତା ମଧ୍ୟରେ ଫଳ ମୂଳ ଆଦି ଖାଦ୍ୟପଦାର୍ଥ କୁ ରଖାଯାଇଥିବା ବେଳେ ମାଙ୍କଡଟି ଖଦ୍ୟଲୋଭରେ ଆସି ଯନ୍ତାରେ ପଡ଼ି ଯାଇଥିଲା।ପରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଏହି ଆତଙ୍କରାଜ ଚଳାଇଥିବା ପାତି ମାଙ୍କଡକୁ ନେଇ ଜଙ୍ଗଲ ମଧ୍ୟରେ ଛଡାଯାଇଥିଲା।(ବାରଙ୍ଗରୁ ଗୌତମରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.