ଗଣେଶ ପୂଜା ପାଇଁ ବିଏମସିର ଗାଇଡଲାଇନ୍

0 354

ଭୁବନେଶ୍ୱର,୨/୯(ଏସଏସନିୟୁଜ) ଗଶେଶ ପୂଜା ନେଇ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।ଏହି ଗାଇଡଲାଇନ ଅନୁଯାୟୀ କୋଭିଡ କଟକଣାରେ ପୂଜାମଣ୍ଡପ ଓ ପେଣ୍ଡାଲରେ ପୂଜା କରିବାକୁ ହେଲେ କମିସନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ପୂଜାମଣ୍ଡପ ଓ ପେଣ୍ଡାଲରେ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସହ ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ପୂଜାମଣ୍ଡପରେ ପୁରୋହିତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ମିଳିବ । ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଥିବାବେଳେ ଭସାଣିଯାତ୍ରାକୁ ବି ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାଛଡ଼ା ସମସ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ଶିକ୍ଷାନୁଷ୍ଠାନମାନଙ୍କରେ ୨୦ଜଣଙ୍କୁ ଅନୁମତି ରହିଥିବାବେଳେ ଭୋଜି ବା ପ୍ରସାଦସେବନକୁ ବାରଣ କରାଯାଇଛି ।

Leave A Reply

Your email address will not be published.