ଗଣେଶପୁଜା ଭଷାଣିବେଳେ ବ୍ଲେଡମାଡ

0 210

ବାରଙ୍ଗ,୧ା୧୦(ଏସଏସନିଉଜ)ରବିବାରରାତିରେ ଗଣେଶପୁଜା ଭଷାଣି ଚାଲିଥିବାବେଳେ ବ୍ଲେଡରେ ଆକ୍ରମଣ ହୋଇଛି ।ଦାଦାପୁଅ ର ବ୍ଲେଡ୍‌ମାଡରେ ବଡବାପାପୁଅ ଭାଇ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିସ୍‌ିତ ହେଉଛନ୍ତି ।ରବିବାରାତିରେ ଏହି ଘଟଣା ବାରଙ୍ଗଥାନା ଅଧିନସ୍ଥ କୁହ୍ନେଇପଡାରେ ଗାଁରେ ଘଟିଛି । କୁହ୍ନେଇପଡା ଗାଁର ଯୁବକମାନେ କରୁଥିବା ଗଣେଶପୁଜାର ରବିବାରରାତିରେ ଭଷାଣି ଉସ୍‌ବ ହେଉଥିଲା ।ଭଷାଣି ଶୋଭାଯାତ୍ରା କୈବର୍ତସାହିପାଖରେ ପହଁଚିଥିବାବେଳେ କୈାଣସି କାରଣକୁ ନେଇ ଶୋଡ଼ାଯାତ୍ରାରେ ସାମିଲହୋଇଥିବା ଦାଦାପୁଅ ଓ ବଡବାପାପୁଅ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଉତ୍‌କ୍ଷିପ୍ତହୋଇ ଦାଦାପୁଅର ବ୍ଲେଡ ଆକ୍ରମଣରେ ବଡବାପାପୁଅ ଗୁରୁତର ଆହତ ହୋଇଥିଲେ ।ସଙ୍ଗେସଙ୍ଗେ ଶୋଭାଯାତ୍ରାରେ ସାମିଲହୋଇଥିବା ଅନ୍ୟଯୁବକମାନେ ଗୁରୁତର ଆହତ ହୋଇଥିବା ଯୁବକକୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ନେଇଯାଇଥିଲେ ।ଖବରପାଇ ବାରଙ୍ଗଥାନାପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତି ଉପରେ ତିକ୍ଷ୍‌ଣ ନଜର ରଖିଥିବାର ଜଣାପଡିଛି ।ଅଦ୍ୟାବଧି ବାରଙ୍ଗଥାନାରେ ଅଭିଯୋଗ ହୋଇନଥିବାର ଜଣାପଡିଛି ।

Leave A Reply

Your email address will not be published.