ଘର ଆଗରୁ ସାଇକେଲ ଚୋରୀ

ବାରଙ୍ଗ,୨୬/୧୨(ଏସଏସନିୟୁଜ)ଶନିବାର ବିଳମ୍ଭିତ ରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମର ସୁରେନ୍ଦ୍ରବିଶ୍ୱାଳଙ୍କ ଘରୁ ଏକ ସାଇକେଲ ଓ ସିମେଂଟ ବସ୍ତା ଚୋରୀ ହୋଇଥିବାର ରବିବାରଦିନ ଫାଣ୍ଡିରେ ଅଭିଯୋଗ ହୋଇଛି ।ପରିବାର ଲୋକ ଖାଇପିଇ ଶୋଇଥିବାବେଳେ ଘର ଅଗଣାରେ ସାଇକେଲ ଓ ଘର ମରାମତି ପାଇଁ ଆସିଥିବା ସିମେଂଟ ଥୁଆ ହୋଇଥିଲା ।ରବିବାର ସକାଳେ ସାଇକେଲ ଓ ସିଟେଂଟ ବସ୍ତା ନଥିବାର ପରିବାର ଲୋକ ଦେଖିବା ପରେ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗକରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଛି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.